ଫୁଲବାଣୀ,୦୮/୦୮(ସୁନୀଲ ପଟ୍ଟନାୟକ):ଗଂଜେଇ ଚୋରା ଚାଲାଣ କରିବାକୁ ବିଭିନ୍ନ ଅଂଚଳରେ ବିଭିନ୍ନ ଅଭିନଵ ଉପାୟ ଅବଲମ୍ବନ କରୁଛନ୍ତି l ଆମ୍ବୁଲାନ୍ସ ରେ, ପରିବା ଗାଡି ଭିତରେ, ଲୁଗା ଗାଡି ଭିତରେ , ବାଲି ଟ୍ରକ୍ ରେ ପେଟ୍ରୋଲ ଟ୍ୟାଙ୍କର ରେ ନେବା ବେଳେ ପୋଲିସ ହାତରେ ଧରାପଡ଼ିବା ସମସ୍ତେ ଜାଣନ୍ତି l ଏବେ ଉତ୍ତର ପ୍ରଦେଶ ର ମୁସଲିମ ଯୁବକ ଆସି ଫୁଲବାଣୀ ରେ କାଉଡିଆ ଭେଷସାଜି ୬୦କେଜି ଗଂଜେଇ ନେଇ ଯାଉଥିବା ବେଳେ ଖବର ପାଇ ସଦର ପୋଲିସ ଆଇ ଆଇ ସି ସମ୍ବିତ କୁମାର ବେହେରା ସଦଳେ ବଳେ ମାଡ଼ିବସିଲେ l ୬୦କେଜି ଗଂଜେଇ, ସମେତ କାର ଜବତ କରିବା ସହ ଗେରୁଆ ବସ୍ତ୍ର ପରିଧାନ କରିଥିବା ଦୁଇ ମୁସଲିମ ଯୁବକ ଙ୍କୁ ମଧ୍ଯ ଗିରଫ କରିଛି ସଦର ପୁଲିସ l ସଦର ପୋଲିସ ଯୁବକଦୁଇଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛିl ସେମାନେ ହେଲେ ମହମ୍ମଦ ଅର୍ବାଜ ଖାଁନ (୨୫)ୟୁ ପି ର ବାରବାଙ୍କି ଓ କରlମତଅଲି (୨୧) ଉତ୍ତରପ୍ରଦେଶ ର ଗୋଣ୍ଡା ଜିଲ୍ଲାର ବୋଲି ଜଣା ପଡିଛିl ଦିନକୁ ଦିନ ଜିଲ୍ଲାରେ ଗଞେଇ ଓ ଡ୍ରଗସ କାରବାର ବୃଦ୍ଧି ପାଇବl ରେ ଲାଗିଛି l ପୋଲିସ ଏଥି ପ୍ରତି ସତର୍କ ଦୃଷ୍ଟି ରଖିବା ଆବଶ୍ୟକ l

