ଫୁଲବାଣୀ,୦୯/୦୮(ସୁନୀଲ ପଟ୍ଟନାୟକ):କଂଧମାଳପୋଲିସ କୁ ମିଳିଛି ଆଉ ଏକ ସଫଳତା l କନ୍ଧ ମାଳ ଏସପି ରମେନ୍ଦ୍ର ପ୍ରସାଦ ଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଆଇ ଆଇ ସି ମୁରଲୀ ଧର ସାହୁ ଙ୍କ ନେତୃତ୍ୱ ରେ ପୋଲିସ ଟିମ ସଦଳ ବଳେ ଚଢାଉ କରି ଏକ କାଜୁ ବୋଝେଇ ବ ଆଇଚର୍ ଟ୍ରକ୍ ଏମ.ଏଚ ୦୫- ଏ ଫ ଜେ ୧୦୮୦ ଜବତ କରିବା ସହ ସେଥିରେ ବେଆଇନ୍ ଭାବେ ଚାଲାଣ ହେଉଥିବା ୧୦୨୫କେ ଜି ଗଞେଇ ଜବତ କରିଛି l ଏଥିରେ ସଂମ୍ପୃକ୍ତଅଭିଯୁକ୍ତ ହେଲେ ବିହାର ମୋହନପୂର୍ ଥାନା ଅର୍ନ୍ତଗତ ସ୍ୱର୍ଗତ ଦେବନାଥ ରାଇ ଙ୍କ ପୁଅ ଲାଲ ମୋହନ ରାଇ, ଓ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କଣ୍ଟାମାଳ ଥାନା ରୁଣ୍ଢି ମlହlଲ ଗ୍ରାମର ଆନନ୍ଦ ସାହୁ ର ପୁଅ ରାଜେନ୍ଦ୍ର ସାହୁ ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ସାହୁ କହିଛନ୍ତି l ଫିରିଙ୍ଗିଆ ଥାନା ଅଧିକାରୀ ଭାବେ ମୂରଲୀ ଧର ସାହୁ ଦାୟିତ୍ୱ ଗ୍ରହଣ କରିବା ପରେ ଗଞେଇ ଚାଷ ଓ ଗଞେଇ ଚୋରା ଚାଲାଣ ଉପରେ ଦିନ ରାତି ସତର୍କ ନଜର ରଖିବା ଫଳରେ ବହୁ ପରିମାଣ ର ଗଞେଇ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି l ଫଳରେ ଅଞ୍ଚଳ ର ଯୁବକ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି l ଆଗକୁ ଏଭଳି ଚଢାଉ ଜାରୀ ରହିବ ବୋଲି ସାହୁ କହିଛନ୍ତି l ସାହୁ ଙ୍କ ନିଷ୍ଠା ପର ଉଦ୍ୟମ ଆନ୍ତରିକତା ସାଙ୍ଗକୁ କାର୍ଯ୍ୟ ଦକ୍ଷତା ଯୋଗୁଁ ମାସ କେଇଟା ମଧ୍ୟରେ ଗଞ୍ଜେଇ ଚୋରା ଚାଲାଣ ରୋକିବା ରେ ସଫଳ ହୋଇଥିବା ଜଣାପଡିଛି l

