ଫୁଲବାଣୀ:୧୬।୦୮(ସୁନୀଲ ପଟ୍ଟନାୟକ):ସ୍ଵlଧିନତା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସ୍ଥିତ କରୋନେଶନ ପଡ଼ିଆ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବନ୍ଧୁତ୍ବ ପୂର୍ଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଏଥିରେ ଓକିଲ ସଂଘ, ପ୍ରେସ ଏକାଦଶ, ଠିକାଦାର ସଙ୍ଘ, ଜିଲ୍ଲାପାଳ ଏକାଦଶ, ଭାଗ ନେଇଥିଲେ l ପ୍ରଥମ ପର୍ଯ୍ୟାୟ ରେ ଓକିଲ ସଂଘ ଓ ଠିକାଦାର ସଂଘ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ରେ ଠିକାଦାର ସଂଘ ୩-୦ ଗୋଲ ରେ ଓକିଲ ସଂଘ କୁ ପରାସ୍ତ କରିଥିଲେ l ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ରେ ପ୍ରେସ ଏକାଦଶ ଓ ଜିଲ୍ଲା ପାଳ ଏକା ଦଶ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ରେ ଜିଲାପାଳ ଏକାଦଶ ୪-୦ ଗୋଲ ରେ ବିଜୟୀ ହୋଇଥିଲେ l ଠିକାଦାର ସଂଘ ଓ ଜିଲାପାଳ ଏକାଦଶ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ଠିକାଦାର ସଂଘ ୬-୦ ଗୋଲ ରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲେ l ସହରାଞ୍ଚଳ ବିକାଶ ପ୍ରକଳ୍ପ ର ପ୍ରକଳ୍ପ ନିର୍ଦେଶକ ପ୍ରବୀଣ କୁମାର ବାଣୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚମ୍ପିୟାନ ଓ ରନର୍ସ ଅପ ଦଳକୁ କପ ପ୍ରଦାନ କରିଥିଲେ l ଜିଲ୍ଲା ପାଳ ଏକାଦଶ ର ଜିଲାପାଳ ବେଦ ଭୂଷଣ ନେତୃତ୍ଵ ନେଇଥିଲେ l ନିଜେ ମଧ୍ୟ ଭଲ ଖେଳ ପ୍ରଦର୍ଶନ କରି ଶତାଧିକ ଦର୍ଶକ ଙ୍କ ମନ ଜିଣିଥିଲେ l ଏହି ମ୍ୟାଚ୍ ସମସ୍ତ ଙ୍କ ମଧ୍ୟରେ ଶାନ୍ତି, ସଦ୍ ଭାବ, ଭାଇଚାରା ପ୍ରତିଷ୍ଠା କରିବାରେ ସହାୟକ ହେବ ବୋଲି କ୍ରୀଡାବିତ୍ କହିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ଓକିଲ ସଂଘ ସଭାପତି ଭଗବାନ ମହାନ୍ତି, ଜିଲ୍ଲା କ୍ରୀଡା ସଙ୍ଘ୍ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ, ପୁର୍ବତନ ବିଧାୟକ ଦେବେନ୍ଦ୍ର କହଁର ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ଆଇନଜୀବି, ସାମ୍ବାଦିକ, କ୍ରୀଡ଼ାପ୍ରେମୀ ପ୍ରମୁଖ ଉପସ୍ଥିତ ଥିଲେ l ଜିଲ୍ଲା କ୍ରୀଡ଼ା ଅଧିକାରୀ ସମୀର କୁମାର ନାୟକ ମ୍ୟାଚ୍ ପରିଚାଳନା କରିଥିଲେ l

