Author: Janabani News

ପୁରୁଷୋତ୍ତମପୁର,୦୧/୦୪(ଶୁଭଙ୍କରୀ ଦାଶ):ପୁରୁଷୋତ୍ତମପୁର ସହର ସ୍ଥିତ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି |ଏହି ଉତ୍ସବ ରେ ଉପସଭାପତି ଶ୍ରୀଯୁକ୍ତ ହରିହର ପଣ୍ଡା ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ଓ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଅକ୍ଷୟ କୁମାର ବେହେରା କୋଷାଧକ୍ଷ ଶ୍ରୀଯୁକ୍ତ ରାଜକିଶୋର ସାସମଲ ଙ୍କ ଉପସ୍ଥିତି ରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡ଼ାକୁଆ ଙ୍କ ତତ୍ତ୍ବବଧାନ ରେ ଶ୍ରୀମତୀ ତ୍ରିପୁରାକୁମାରୀ ପାତ୍ର ପରିଚାଳନା କରିଥିଲେ | ସୁଚିତ୍ରା କୁମାରୀ ପଣ୍ଡା, ନିହାରିକା ଗୁରୁମା, ସଂଗୀତା ଗୁରୁମା ସ୍ବାଗତ କରିଥିଲେ | ଉକ୍ତ ଉତ୍ସବ କୁ ବେଦାନୁ ସ୍ବାମୀ ପରମ ପୂଜ୍ୟ ସୁଧାନନ୍ଦ ସରସ୍ବତୀ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ |ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡ଼ାକୁଆ ଆଜିର ଉତ୍ସବ ର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ |ତତପରେ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥୂଲା ହୋମ,ଯଜ୍ଞ ଶେଷରେ ସ୍ବାମୀଜୀ ଶିଶୁ…

Read More

ନୂଆପଡ଼ା,୦୧/୦୪:(ପରମେଶ୍ୱର ମେହେର)ନୂଆପଡ଼ା ଜିଲ୍ଲାରେ ଜିଲ୍ଲା ସ୍ତରୀୟ ୯୧ତମ ଓଡିଶା ଦିବସ ତଥା ୩୪ତମ ଜିଲ୍ଲା ପ୍ରତିଷ୍ଠା ଦିବସ ସମରୋହ ଆଜି ଜିଲ୍ଲା ସଦର ମହକୁମା ସ୍ଥିତ ନେସନାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।ଏହି ଅବସରରେ, ସକାଳ ଘ. ୦୮.୩୦ ଟିକା ସମୟରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତ ଫେରି ହୋଇଥିଲା। ପରେ ଏକତା ଛକରେ ଅବସ୍ଥିତ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।ନେସନାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ସାଧାରଣ ସଭାରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ, ଡିଏଫଓ (ବନ୍ୟପ୍ରାଣୀ) ସମୀର ସାହୁ, ଜିଲ୍ଲା କ୍ରିଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲାପାଳ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ଓଡିଶାକୁ ଭାଷା ଆଧାରରେ ସ୍ୱତନ୍ତ୍ର ରାଜ୍ୟ ରୂପେ ଗଠନ…

Read More

ଫୁଲବାଣୀ,0୧/୪(ସୁନୀଲ ପଟ୍ଟନାୟକ) ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ହେଲେ କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ l ବିଧାୟକ ମଲିକ ଙ୍କ କାର୍ଯ୍ୟ ଦକ୍ଷତା, ଲୋକ ସମ୍ପର୍କ, ସଚ୍ଚୋଟତା ଆଦି କୁ ଭିତ୍ତି କରି ସରକାର ବିଧାୟକ ଉମା ଚରଣ ମଲ୍ଲିକ ଙ୍କୁ ଏହି ଗୁରୁତ୍ଵ ପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରିଛନ୍ତି l ତିରିଶ ଜିଲାରେ ତିରିଶ ବିଧାୟକ ଙ୍କୁ ଏହି ଗୁରୁତ୍ଵ ପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରିଛନ୍ତି ସରକାର l ଫଳରେ ବିଧାୟକ ଉମା ଚରଣ ମଲ୍ଲିକ ରାଜ୍ୟ ମୂଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି, କେନ୍ଦ୍ର ମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ସେ ଏହି ଦାୟିତ୍ବ କୁ ସୁଚାରୁରୂପେ ନିର୍ବାହ କରିବେ ବୋଲି କହିଛନ୍ତି l ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବରେ ବିଧାୟକ ଉମା ଚରଣ ମଲ୍ଲିକ ଙ୍କୁ ନିଯୁକ୍ତି ମିଳିବା ପରେ ବରିଷ୍ଠ ଆଇନଜୀବି, ଓକିଲ ସଂଘ ସଭାପତି ତଥା ବିଜେପି ରାଜ୍ୟ ସମ୍ପାଦକ…

Read More

ଫୁଲବାଣୀ,୧/୦୪(ସୁନୀଲ ପଟ୍ଟନାୟକ) କନ୍ଧମାଳ ଜିଲ୍ଲା ବୁଧବାର ତୁମୁଡିବନ୍ଧ ବଜାର ରେ ରହୁଥିବା ଦୁଷ୍ମନ୍ତ ସାହୁ ଙ୍କ ରୋଷେଇ ଘରେ ଦୁଷ୍ମନ୍ତ ଙ୍କ ପତ୍ନୀ ରୋଷେଇ କରିବାବେଳେ ହଟାତ ପାଇପ ରେ ନିଆଁ ଲାଗି ସିଲଣ୍ଡର କୁ ନିଆଁ ଚାଲିଯିବା ଫଳରେ ଭୟରେ ଦୁଷ୍ମନ୍ତ ଙ୍କ ପତ୍ନୀ ଓ ପିଲାମାନେ ଘରୁ ବାହାରକୁ ଆସି ଚିତ୍କାର କରିଥିଲେ l ଲୋକେ ଫl ୟାର ଷ୍ଟେସନ କୁ ଫୋନ୍ କରି ଜଣାଇବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ l ତେବେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିବା ବେଳକୁ ସିଲଣ୍ଡର ଫାଟି ଯାଇଥିଲା l ଫଳରେ ଘରର ଗୋଟିଏ କାନ୍ଥ ଭୁଶୁଡ଼ି ପଡ଼ିବା ସହ ଅନେକ ସ୍ଥାନ ଫାଟି ଯାଇଥିବା ଦେଖିବlକୁ ମିଳିଛିl ଟେବେ ଏ ନେଇ ଥାନାରେ ମାମଲା ରୁଜ୍ଜୁ ହୋଇନଥିବା ଜଣାପଡିଛି l ଗ୍ୟାସ୍ କମ୍ପାନୀ ପକ୍ଷରୁ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଦାବୀ ହେଉଛି l

Read More

ସିନାପାଲି, ୧।୪(ପରମେଶ୍ୱର ମେହେର ): ସିନାପାଲି ବାହାଲପଡ଼ାରେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଯାହାକୁନେଇପଡ଼ାବାସୀଙ୍କଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ଅଧୁକାରୀ ଏବଂ ବିଭାଗୀୟ ଯନ୍ତ୍ରୀଙ୍କୁ ସ୍ଥାନୀୟ ମହି ଳାମାନେ ଘେରାଉ କରିଥିଲେ । ପ୍ରକାଶ ଥାଉକି, ପାନୀୟଜଳ ସମସ୍ୟା ନେଇ ଗତ ୨୩ତାରିଖ ସ୍ଥାନୀୟ ମହିଳା ବ୍ଳକ ଘେରାଭ କରି ତୁରନ୍ତ ସମସ୍ୟା ସମାଧାନ ଦାବି କରିଥିଲେ। ଏନେକବିଭାଗୀୟ ଯନ୍ତ୍ରୀ ପହଞ୍ଚି ସପ୍ତାହକ ମଧ୍ୟରେ ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପ୍ରତିଶ୍ରୁତି ପୂରଣ ନହେବାରୁ ସୋମବାର ବ୍ଳକ ସଭାଗୃହରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁ ଣାଣି ଶିବିରକୁ ପହଞ୍ଚି ପଡ଼ାର ମହିଳାମାନେତୁରମ୍ଭ ପାନୀୟ ଜଳ ସମସ୍ୟା ଦୂର କରିବାକୁ ଦାବି କରିଥିଲେ । ଦୀର୍ଘ ସମୟ ଆଲୋଚନା ପରେ ଖୁବ୍ ଶୀଘ୍ର ପାନୀୟଜଳ ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ଖବର ଅନୁସାରେ…

Read More

ନୂଆଦିଲ୍ଲୀ :(ଜନବାଣୀ)ଆଜି ୯୦ତମ ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରଗତି ପାଇଁ ଏକାଠି କାମ କରୁଛନ୍ତି। ଉତ୍କଳ ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା! ଏହି ଦିନ ଓଡ଼ିଶାର ଗୌରବମୟ ସଂସ୍କୃତିକୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରେ। ଭାରତ ଓଡ଼ିଶାର ଇତିହାସ, ସାହିତ୍ୟ ଏବଂ ସଙ୍ଗୀତ ପାଇଁ ଗର୍ବିତ। ଓଡ଼ିଶାର ଲୋକମାନେ ପରିଶ୍ରମୀ ଏବଂ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଛନ୍ତି। ଗତ ବର୍ଷ ଧରି, କେନ୍ଦ୍ର ଏବଂ ଓଡ଼ିଶା ସରକାର ରାଜ୍ୟର ପ୍ରଗତିକୁ ଆଗକୁ ବଢ଼ାଇବା ପାଇଁ ବ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି। ଉତ୍କଳ ଦିବସ, ଯାହା ଓଡ଼ିଶା ପ୍ରତିଷ୍ଠା ଦିବସ ଭାବରେ ମଧ୍ୟ ଜଣାଶୁଣା। ଏହି ଦିନଟି ରାଜ୍ୟର ସାଂସ୍କୃତିକ, ଐତିହାସିକ ଏବଂ ଭାଷାଗତ ଗୁରୁତ୍ୱକୁ ସମ୍ମାନିତ କରେ। ଏହା ରାଜ୍ୟର ସମୃଦ୍ଧ ଐତିହ୍ୟ ଏବଂ କଳା, ସାହିତ୍ୟ…

Read More

ବୁଗୁଡ଼ା,୦୧/୦୪:(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ବ୍ଲକ ଖୋଳଖାଲି ଗ୍ରାମସ୍ଥ ବାଙ୍କେଶ୍ୱରୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ତପନ କୁମାର ମହାପାତ୍ରଙ୍କୁ ବିଦ୍ୟାପୀଠ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହକାରୀ ଶିକ୍ଷକ ବିବେକାନନ୍ଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଏହି ବିଦ୍ୟାପୀଠରେ ଦୀର୍ଘ ୩୨ ବର୍ଷ କାଳ ଅଧ୍ୟାପନା କରି ଛାତ୍ରଛାତ୍ରୀଙ୍କ ପ୍ରିୟଭାଜନ ହୋଇପାରିଥିବା ବିଦାୟୀ ପ୍ରଧାନ ଶିକ୍ଷକଙ୍କ କର୍ତ୍ତବ୍ୟନିଷ୍ଠା ଓ ଛାତ୍ରବତ୍ସଳତା ଆଦି ସୁଗୁଣର ଭୂୟସୀ ପ୍ରଶଂସା କରାଯାଇଥିଲା । ଏ ଅବସରରେ ଶ୍ରୀ ମହାପାତ୍ରଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାପୀଠର ଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ ସାଙ୍ଗକୁ ପରିଶେଷରେ ଶିକ୍ଷକ ଲଳିତ ମୋହନ ରଥଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Read More

ବୋଲଗଡ଼,୦୧/୦୪(ସୁଶାନ୍ତ କୁମାର ପ୍ରଧାନ): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଦେଉଳି ଗ୍ରାମରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ୨୫ ବର୍ଷର ପୂର୍ତ୍ତି ଅବସରରେ ଦୁଇ ଦିନ ଧରି ରୌପ୍ୟ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ବୋଲଗଡ଼ ମଣ୍ଡଳର ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରିଥିଲେ ଓ ସମ୍ମାନିତ ଅତିଥିଭାବେ ଲଲାଟେନ୍ଦୁ କେଶରୀ ସିଂହ, ଇଂଜିନିୟର ବିରେନ୍ଦ୍ର କୁମାର ନାୟକ ଓ ବିଦ୍ୟାଳୟର ପରିଚାଳନା ସଭାପତି ରାଜକିଶୋର ବ୍ରହ୍ମା ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବିକଶିତ ରାଷ୍ଟ୍ର ଗଠନର ମାର୍ଗ ଦେଖାଇବା ସହ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା,ପୁରାତନ ଗୁରୁମା ମାନଙ୍କୁ ଟଫି ସହିତ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଉଥିଲା ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।…

Read More

ବୋଡ଼େନ – ୧-୪ (ପରମେଶ୍ୱର ମେହେର ) ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର କୁଲେକେଳା ଠାରୁ ଲିଟିସର୍ଗି ପର୍ଯ୍ୟନ୍ତ ତିଆରି ହୋଇଥିବା ରାସ୍ତା ବର୍ତମାନ ମରାମତି ଖୋଜୁଛି । ଏହି ରାସ୍ତାରେ ସମସ୍ତେ ନିର୍ଭର କରନ୍ତି ବୋଲି ଦହାନାପାଲି ପାଖ ନାଲାରେ ବ୍ରିଜ ତିଆରି କଲେ ସରକାର । ପ୍ରତି ଦିନ ଏହି ରାସ୍ତା ଉପରେ ଅନେକ କଲେଜ ଛାତ୍ର ଛାତ୍ରୀ,ହାଇ ସ୍କୁଲ ଛାତ୍ରଛାତ୍ରୀ, ବେପାରୀ, କର୍ମଚାରୀ, ଯାତ୍ରୀ,ରୋଗୀ, ସାଧାରଣ ଲୋକ ନିର୍ଭର କରନ୍ତି ପୁଣି ଏହି ରାସ୍ତା ଲିଟି ସର୍ଗୀ ପାଖରେ ବିଜୁ ଏକ୍ସପ୍ରେସ ୱେ ରେ ସଂଯୋଗ ହୋଇ ଥିବାରୁ ଲୋକ କମ୍ ସମୟରେ ଓ ସହଳରେ ପହଞ୍ଚି ପାରୁଛି ।ବର୍ତମାନ ରାସ୍ତାରେ ପିଚୁ ଓ ମେଟାଲ ବାହାରି ରାସ୍ତା ଖରାପ ହୋଇଛି ଠିକ୍ ସେହି ଭଳି ସିନାପାଲି ସହର ଉପରେ ମଧ୍ୟ ଏହି ଅଞ୍ଚଳର ଲୋକ ନିର୍ଭର କରନ୍ତି ହେଲେ ମହୁଲ ପଢା ଠାରୁ ସାଗୁନ ରାଡ଼ି…

Read More