କୋଦଳା,୨୭/୦୬(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ସ୍ଥିତ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ଶନିବାର ଅପରାହ୍ନରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଏକ ସାମ୍ବାଦିକ ସମିଳନୀରେ ଯୋଗଦେଇ ଅଙ୍ଗନବାଡି କର୍ମୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି l ସୂଚନା ଯୋଗ୍ୟ ଗତ 24 ତାରିଖରେ ପୁରୁଷୋତ୍ତମପୁର ଠାରେ ଚାଲିଥିବା ‘ବିକାଶ ଧାରା, ଓଡିଶା ସାରା’ କାର୍ଯ୍ୟକ୍ରମରେ ଜନୈକ ଅଙ୍ଗନବାଡ଼ି କର୍ମୀ ଶ୍ରୀ ନୟକଙ୍କ ବିରୁଦ୍ଧରେ ଅପଶବ୍ଦ ଅଭିଯୋଗ ଆଣିଥିଲେ l ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ “ଏହା ସମ୍ପୂର୍ଣ ଭିତ୍ତିହୀନ, କାହାର ପ୍ରରୋଚନାରେ ପଡି ଏଭଳି ଅଭିଯୋଗ ଆଣିଛନ୍ତି ” ବୋଲି ବିଧାୟକ କହିଛନ୍ତି l ମହିଳାଙ୍କ ବିକାଶ ପ୍ରତି ଆମ ସରକାର ପ୍ରତିଶୃତିବଦ୍ଧ l ଗତ 2 ବର୍ଷର ବିଜେପି ସରକାରଙ୍କ ସଫଳତାକୁ ବିରୋଧୀ ଗୋଷ୍ଠୀ ସହ୍ୟ କରିନପାରି ଏଭଳି ଷଢଯନ୍ତ୍ର କରୁଥିବା ଶ୍ରୀ ନାୟକ ନିଜ ବିବୃତିରେ ଆକ୍ଷେପ କରିଛନ୍ତି l ଏହାସହ ଏହାର ସଠିକ ତଦନ୍ତ ପାଇଁ ସେ ଜିଲ୍ଲାପାଳଙ୍କୁ କହିଥିବା ବିଧାୟକ ପ୍ରକାଶ କରିଛନ୍ତି l ଉକ୍ତ ସମିଳନୀରେ ବିଧାୟକ ଶ୍ରୀ ନାୟକଙ୍କ ସମେତ କୋଦଳା ନଗରପାଳ ସୂର୍ଯ୍ୟ ନାରାୟଣ ନାୟକ, କାଉଁସିଲର ମଧୁସୂଦନ ଜେନା, ରିତାଞ୍ଜଳୀ ମିଶ୍ର, ବିଧାୟକ ପ୍ରତିନିଧି ସନ୍ତୋଷ କୁମାର ପୋଲେଇ ଏବଂ ସ୍ଥାନୀୟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ l

