ଫୁଲବାଣୀ,୦୫।୧୧(ସୁନୀଲ ପଟ୍ଟନାୟକ):ବାତ୍ୟା ଅର୍ଣ୍ଣବ ଜନିତ ଭୁଷ୍ଫଳନ୍ ରେ ପିତା ଓ ମାତା ଙ୍କୁ ହରାଇ ଅନାଥ ହୋଇପଡ଼ିଥିବା ରାଇକିଆ ମାଣିକେଶ୍ଵର ପଂଚାୟତ ର ଡ଼ାଙ୍ଗେସୀ ଗ୍ରାମର ଶିଶୁକନ୍ୟା ଝାନସି ରାଣୀ ଙ୍କୁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି l ବାତ୍ୟା ଅଞ୍ଚଳ ଗସ୍ତ ସମୟରେ ସେ ଶିଶୁ କନ୍ୟା ଝାନ୍ସି ରାଣୀ ପ୍ରଧାନ ଙ୍କ ବିଷୟରେ ଜାଣିବା ପରେ ଝlନ୍ସୀ ଙ୍କ ଦୁଃଖ ତାଙ୍କୁ ବ୍ୟଥିତ କରିଥିଲା l ଏଭଳି କଠିନ ସ୍ଥିତି ରେ ଶିଶୁ ଟି ର ଲାଳନ ପାଳନ, ଶିକ୍ଷା, ଓ ଉଜ୍ଜ୍ୱଳ ଭବିଷ୍ୟତ ଦାୟିତ୍ବ ନେବା ସହ ତାଂକୁ ନିଜର ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିବାର ନିଷ୍ପତ୍ତି ନେଇଛି l ବିପର୍ଯୟ ର ଏହି ଦୁଃଖଦ ସମୟ ରେ ଝାନସୀ ରାଣୀ ଙ୍କ ଜୀବନ ରେ ସ୍ନେହ, ସୁରକ୍ଷା, ଓ ନୁଆ ଆଶା ର ସଞ୍ଚାର କରିବା ତାଙ୍କର ମାନବିକ କର୍ତ୍ତବ୍ୟ ବୋଲି କହିଥିଲେ ସାଂସଦ ପାଣିଗ୍ରାହି l ତାଙ୍କ ଶୈଶବ ହସ ଖୁସିରେ ଗଢି ଉଠୁ, ସେ ଉତ୍ତମ ଶିକ୍ଷା ଲାଭ କରି ଜୀବନ ରେ ଜଣେ ସଫଳ ଓ ସ୍ବାବଲମ୍ବୀ ମଣିଷ ହୁଅନ୍ତୁ ବୋଲି ସେ ଆହୁରି କହିଥିଲେ l ଈଶ୍ୱର ତାଙ୍କୁ ଶକ୍ତି, ସାହସ ଓ ଉଜ୍ଜ୍ୱଳ ଭବିଷ୍ୟତ ପ୍ରଦାନ କରନ୍ତୁ ବୋଲି ସେ ଆହୁରି କହିଛନ୍ତି l ସାଂସଦ ସୁକାନ୍ତ ଙ୍କ ସହୃଦୟତା, ମାନବିକତା, ସେବା ମନୋବୃତି, କୁ ନେଇ ସାଧାରଣ ରେ ବେଶ୍ ଆଲୋଚନା ଚାଲିଥିବା ବେଳେ ସାଂସଦ ହେବ ତ ସୁକାନ୍ତ ଙ୍କ ପରି ବୋଲି ଲୋକେ କହି ଛନ୍ତି l

