ଫୁଲବାଣୀ,୦୪।୧୧(ସୁନୀଲ ପଟ୍ଟନାୟକ):ବାତ୍ୟା ଅର୍ଣ୍ଣବ ପ୍ରଭାବ ରେ କନ୍ଧମାଳ ଜିଲ୍ଲାରେ ମାତ୍ରାଧିକ କ୍ଷତି ଘଟିଛି l ଭୁଷ୍ଫଳନ ଯୋଗୁଁ ଅନେକ ଙ୍କ ପ୍ରାଣ ହାନୀ ଘଟିବା ସହ ଶତାଧିକ ଲୋକ ବାସହୀନ ହୋଇପଡି ଛନ୍ତି l ପ୍ରଶାସନ ପକ୍ଷରୁ ସମସ୍ତ କ୍ଷତିଗ୍ରସ୍ତ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀ ରେ ରଖାଯାଇ ଖାଇବା ପିଇବା ସାଂଗକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି ତେବେ ଏହା ଯଥେଷ୍ଟ ହେଉନଥିବା ରୁ ସାମାଜିକ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ସହଯୋଗ ର ହାତ ବଢାଇଛନ୍ତି l ଏହି ଅବସରରେ ରାଇକିଆ ବ୍ଲକ୍ ଅଞ୍ଚଳ ର ଜଣାଶୁଣା ସମାଜ ସେବୀ, ଠିକାଦାର, ରାଜ ନୈତିକ କର୍ମୀ ବିଜୟ କୁମାର ପଣ୍ଡା ସ୍ଵତଃ ପ୍ରବୃତ୍ତ ଭାବେ ସହଯୋଗ ର ହାତ ବଢ଼ାଇଛନ୍ତି lବିଜୟ ବନ୍ଧୁ ମାନଙ୍କ ସହ ଇନ୍ଦ୍ରଗଡ଼ ପ୍ରାଥମିକ ସ୍କୁଲ ରେ ଚାଲିଥିବା ବାତ୍ୟା ଆଶ୍ରୟ ସ୍ଥଳୀ କୁ ଯାଇ ସେଠାରେ ରହୁଥିବା ଶତାଧିକ ଲୋକଙ୍କୁ ଦୁଇଟା ଲେଖାଏଁ କମ୍ବଳ ପ୍ରଦାନ କରିଥିଲେ l ଫଳରେ ଅନ୍ତେବାସୀ ମାନେ ଖୁସୀ ବ୍ୟକ୍ତ କରିଥିଲେ l ବାତ୍ୟା ପରେ ଏବେ କୁହୁଡି ସହ ଥଣ୍ଡା ପଡୁଥିବାରୁ କମ୍ବଳ ସେମାନଙ୍କୁ ଥଣ୍ଡlରୁ ରକ୍ଷା କରିବ ବୋଲି ଅନ୍ତେବାସୀ ମାନେ କହିଛନ୍ତି l ଏଭଳି ଦୁର୍ଦ୍ଦିନ ରେ ବିଜୟଙ୍କ ଆନ୍ତରିକତା ,ମାନବିକତା, ସେବା ମନୋଭାବ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଯୋଗାଇଦେବ ନିଶ୍ଚୟ l

