ଖୋର୍ଦ୍ଧା,୫।୧୧(କେଦାର ନାଥ ସାହୁ):ଗଞେଇ କାରବାର ରେ ପୁଲିସ କୁ ମିଳିଛି ସଫଳତା। ପୁଲିସ ସୂଚନା ଅନୁଯାୟୀ ୩ ତାରିଖ ଅପରାହ୍ନ ୪ଟା ୩୦ ସମୟରେ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଆରକ୍ଷୀ ଅଧିକ୍ଷକ ପରମାର ସ୍ମିତ ପରସୋତ୍ତମ ଦାସ ଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ଗଠନ କରାଯାଇ ତଦନ୍ତ ଭାର ସଦର ଥାନା ଅଧିକାରୀ ବାସୁଦେବ ଜୟସିଂଗ ଙ୍କୁ ଦିଆଯାଇଥିଲା । ତଦନ୍ତ ଟିମରେ ଅନ୍ୟମାନଙ୍କ ମଧ୍ୟରେ ସୁବାସ ଚନ୍ଦ୍ର ନାୟକ, ଚନ୍ଦ୍ରମଣି ସାହୁ, ଏ.ଏମ୍. ଖାନ, ଡି.ଆର. ସାହୁ, ଏମ. ପ୍ରଧାନ, ଦିପକ କୁମାର, ଡି. ପ୍ରଧାନ, ପ୍ରମୁଖ ନେତୃତ୍ଵରେ ସେହି ଦିନ ସନ୍ଧ୍ୟା ୭.୩୦ ସମୟରେ ଗଡଗଡୁମ ନିକଟ ଦୁର୍ଗାପୁର ଠାରେ ରହି, ୩ ଟି କାରରେ ଥିବା ଗଞ୍ଜେଇ ସହିତ ଛଅ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି ପୋଲିସ ।ଅଭିଯୁକ୍ତ ୫ ଜଣ ବାଲେଶ୍ଵର ଜିଲ୍ଲାର ଥିବା ବେଳେ ଜଣେ ଭଦ୍ରକ ଜିଲ୍ଲାର । ସେମାନେ ହେଲେ ବାପି@ପିତ ରଂଜନ ନାୟକ (୩୨) ଖଇରା, ବାଲେଶ୍ଵର, ଅଜୟ ବାରିକ (୪୪) ସିମୁଳିଆ , ବାଲେଶ୍ଵର ଏହି ଦୁଇଜଣ ଗଞ୍ଜେଇ କେନ୍ଦୁଝର, ଫୁଲବାଣୀ ଓ କନ୍ଧମାଳ ରୁ ସଂଗ୍ରହ କରୁଥିଲେ । ମଧୁସୁଦନ ପାଣିଗ୍ରାହୀ (୨୨) ଖଇରା, ବାଲେଶ୍ଵର । ସୁଧାଂଶୁ ଭୂଷଣ ଦାସ (୨୮) ଖଇର, ବାଲେଶ୍ଵର ଏହି ଦୁଇଜଣ ଗାଡିକୁ ସୁରକ୍ଷା ଦେଉଥିଲେ।ଦିପୁ ମଲ୍ଲୀକ(୩୧) ବଳରାମପୁର, ଭଦ୍ରକ । ରାହୁଲ କୁମାର ସିଂଗ (୨୭) ସିମୁଳିଆ , ବାଲେଶ୍ଵର ଏହି ଦୁଇଜଣ ବାଲେଶ୍ଵର, ଭଦ୍ରକରେ ବିକ୍ରି କରନ୍ତି ।ଗଞେଇ ସହିତ ୩ଟି ଧଳା କାର, ୫ଟି ମୋବାଇଲ ଓ ୧୨.୩୦୦ ଟଂକା ଜବତ ହୋଇଛି । ନିଶାମୁକ୍ତ ଭାରତ ଅଭିଯାନ ରେ ସମସ୍ତ ଜନ ସାଧାରଣ ସାମିଲ ହୋଇ, ଯେଉଁଠାରେ ନିଶାକାର ବାର ହେଉଛି ,ତୁରନ୍ତ ନିକଟରେ ଥିବା ପୁଲିସ୍ ଥାନା କିମ୍ଵା ୧୧୨ କୁ କଲ କରି ଜଣାନ୍ତୁ।ତେବେ ଯାଇ ନିଶାମୁକ୍ତ ଖୋର୍ଦ୍ଧା ହେବ ବୋଲି ପୁଲିସ ଜଣାଇଛନ୍ତି।

