ବ୍ରହ୍ମପୁର:ଜନବାଣୀ,୧୮/୦୬(ହିମାଂଶୁ ଶେଖର ସାବତ):ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଲିପଡା ଗ୍ରାମର ଆନନ୍ଦ ନଗର ଛକ-ଦିଗପହଣ୍ଡି ଯିବା ମୁଖ୍ୟ ରାସ୍ତାରେ ସ୍ୱର୍ଗତ କାଳିଆ ପାଣିଗ୍ରାହିଙ୍କ ପୁଅ ଗଙ୍ଗାଧର ପାଣିଗ୍ରାହି (୩୫) ଙ୍କ ସଡ଼କ ଦୁର୍ଘଟଣାରେ ଗୁରୁବାର ସକାଳ ମୃତ୍ୟୁ ହୋଇଛି l ସଦର ପୋଲିସ ଥାନା ସୂଚନା ପ୍ରକାରେ, ଗୁରୁବାର ସକାଳେ ଗଙ୍ଗାଧର ଗାଧୋଇବାକୁ ଯାଉଥିବା ସମୟରେ ରାସ୍ତା ପାର ହେଉଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ ମେଡ଼ିକାଲ ରେ ଭର୍ତ୍ତୀ କରାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏହା ଦୁର୍ଘଟଣା ନା ହତ୍ୟା, ସନ୍ଦେହ କରି ମୃତକଙ୍କ ଭାଇ ଗଗନ ପାଣିଗ୍ରାହୀ ସଦର ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ କିନ୍ତୁ ସଦର ପୋଲିସ ଘଟଣାଟି ଦୁର୍ଘଟଣା ବୋଲି ସ୍ପଷ୍ଟ କରି ଘଟଣାର ଅଧିକ ତଦନ୍ତ ତଥା ଗାଡି ମଡ଼ାଇ ଚାଲିଯାଇଥିବା ଅଭିଯୁକ୍ତ ପାଖରେ ପହଞ୍ଚିବାପାଇଁ ତଦନ୍ତ ଆରମ୍ଭ କରିଛି l।

