ଖଜୁରୀପଡ଼ା,୨୦।୦୯(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ କ୍ରୀଡ଼ା କ୍ଷେତ୍ରରେ ଅଗ୍ରଣୀ ଯୁବକ ସଙ୍ଘ ଦୁତୀମେଣ୍ଡି ଆନୁକୁଲ୍ୟ ରେ ଆୟୋଜିତ ହୋଇଥିଲା ଦୁଇ ଦିବସୀୟ ୧୯ବର୍ଷ ରୁ କମ୍ ବୟସ (under 19) ଫୁଟବଲ୍ ପ୍ରତିଯୋଗିତା।ଆୟୋଜିତ ଏହି ୧୯ବର୍ଷ ରୁ କମ୍ ଟୁର୍ଣ୍ଣାମେଣ୍ଟରେ ଖେଳାଳିମାନଙ୍କ ଉତ୍ସାହ, ଶୃଙ୍ଖଳା ଓ କ୍ରୀଡ଼ା ମନୋଭାବକୁ ଆହୁରି ସୁଦୃଢ଼,ଯୁବଶକ୍ତିର ବିକାଶ, କ୍ରୀଡ଼ାର ପ୍ରସାର ଏବଂ ସମାଜରେ ଭ୍ରାତୃତ୍ୱର ବାର୍ତ୍ତା ପହଞ୍ଚାଇବା ଦିଗରେ ବହୁତ୍ ଆଗକୁ ନେବ। ଏହି ପ୍ରତିଯୋଗିତାରେ ମୋଟ ୮ଦଳ ଟି ଅଂଶ ଗ୍ରହଣ କରିଥିଲେ ଏଥି ମଧ୍ୟ ରୁ ଫାଇନାଲ ମ୍ୟାଚ୍ ରେ ଖଜୁରୀପଡ଼ା ଟିମ୍ କୁ ହରାଇ ଫୁଲବାଣୀଟିମ୍ ଚମ୍ପିଆନ୍ ହୋଇଥିଲା। ଖେଳ ଟିକୁ ପରିଚାଳନା କରିଥିଲେ ମୂଖ୍ୟ ରେଫ୍ରି ଭାବେ ପପୁନ୍ ପ୍ରଧାନ ଓ ସାଥୀ ସହୋଜୋଗି ଧବଳେଶ୍ୱର ମଲ୍ଲିକ, ତେଜସ୍, ବବୁଲ, ମୁନା ଓ ଅଂଶୁମାନ। ଏହି ପ୍ରତିଯୋଗିତା ଟି କୁ ଅବସର ପ୍ରାପ୍ତ ଫରେଷ୍ଟର ଶ୍ରୀ ଚତୃଭୂଜ ମଲ୍ଲିକ ଫିତା କାଟି ଉଦ୍ ଘାଟନ କରିଥିବା ବେଳେ ଅନ୍ତିମ ଦିବସ ର ମୂଖ୍ୟ ଅତିଥି ଭାବେ ଖଜୁରୀପଡ଼ା ବିଜେପି ମଣ୍ଡଳ ସଭାପତି ଶ୍ରୀ ରଞ୍ଜନ କହଁର ସମ୍ମାନିତ ଅତିଥି ଶ୍ରୀ ମଣ୍ଡଳ ସଧାରଣ ସମ୍ପାଦକ ଶ୍ରୀ ଦଶରଥ ସାହୁ, ଶିକ୍ଷକ ନବୀନ କହଁର, ଯୁବ ମୋର୍ଚ୍ଚା ସଭାପତି ସମୀର ପ୍ରସାଦ ଝାଙ୍କର, ଦୂର୍ଗା ଦେବି ଯୁବକ ସଙ୍ଘ ସଭାପତି ଶ୍ରୀ ଅଜୟ କୁମାର ସେଠୀ, ବୁଥ ସଭାପତି ଶ୍ରୀ ଦେବରାଜ ମୁଖି, କୁଇ ସମାଜ ସଡମୁଠା ସଭାପତି ଭାଗିରଥୀ କହଁର ପ୍ରମୁଖ ଉପସ୍ଥିତ ରହି ଖେଳ ରେ ବିଜେତା ଓ ଉପବିଯେତା ଟିମ୍ କୁ ପୁରଷ୍କାର ରାଶି ସହ ଟ୍ରଫି ପ୍ରଦାନ କରି ଥିଲେ। ଏହି କାର୍ଯ୍ୟ କ୍ରମ ମୋନୋଜ୍ ସେଠୀ, ଆଶୁତୋଷ ମୂଖି, ତେଜସ ଦେହୁରୀ, ଅଂଶୁମାନ ଦେହୁରୀ ଆକାଶ ସେଠୀ ସମେତ ଯୁବକ ସଙ୍ଘ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

