ପାତ୍ରପୁର: ୨୪/୩:(କୁରେସ୍ ରେଡ୍ଡୀ) ପାତ୍ରପୁର ବ୍ଳକ ଖମ୍ବାରିଗାଁ ପଞ୍ଚାୟତ ଅନ୍ତର୍ଗତ ଅନ୍ତରସିଙ୍ଗୀ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାଁ ଚିନ୍ତାମଣିଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ କମିଟି ଓ ମାଁ ଚିନ୍ତାମଣି ସେବା ସଂଘ ପକ୍ଷରୁ ବହୁ ଆଡ଼ମ୍ବର ସହକାରେ ବାର୍ଷିକ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପ୍ରାତଃ କାଳରେ ଗ୍ରାମର ସମସ୍ତ ମହିଳା କଳସ ଯାତ୍ରା କରି ମା’ଙ୍କ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିବା ପରେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା। ହଜାର ହଜାର ଭକ୍ତ ମା’ଙ୍କ ଦର୍ଶନ କରିବା ସହ ସହଯୋଗର ହାତ ବଢ଼ାଇଥିଲେ । ଏହି ବାର୍ଷିକ ଉତ୍ସବରେ ପଡ଼ୋଶୀ ରାଜ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବୋରିବାଡ ଗ୍ରାମର ନାମ ସଙ୍କୀର୍ତ୍ତନ ମୁଖ୍ୟ ଆକର୍ଷଣ ପାଲୋଟିଛି । ଏହା ସହିତ ବାର୍ଷିକ ଉତ୍ସବରେ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରା ଯାଇଥିଲା ।

