ଚିକିଟି,୪।୮(ନିଗମାନନ୍ଦ ପଣ୍ଡା):ରାଜକବି ରାଧାମୋହନ ବିଦ୍ୟାପୀଠ ଚିକିଟିରେ ଅବିଭାବକ ଓ ଶିକ୍ଷକ ବୈଠକ ପ୍ରଧାନ ଶିକ୍ଷକ ଶ୍ରୀ ଆରଦ୍ଧେଶ୍ୱର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ crcc ଧର୍ମରାଜ ବେହେରା ଉପସ୍ଥିତ ରହି ଆଜିର ବୈଠକର ଆବଶ୍ୟକତା ବିଷୟରେ ବୁଝାଇଥିଲେ। ବିଦ୍ୟାଳୟର ଛାତ୍ରମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରଯାଇଥିଲା ।ଶିକ୍ଷକ ତ୍ରିପତି ପ୍ରଧାନ ଓ ସନ୍ତୋଷ ସାହୁ ,ଅଧାରୁ ପାଠ ଛାଡୁଥିବା , ଦିବ୍ୟାଙ୍ଗ,ଏକ ଗଛ ମାଆଙ୍କ ନାମରେ,ସ୍ବଚ୍ଛତା,ଘର ଘର ତ୍ରିରଙ୍ଗା ଓ ମୋବାଇଲର ଉତ୍ତମ ବ୍ୟବହାର ,ଆଦି ବିଷୟରେ ଅଭିଭାଷଣ ରଖିଥିଲେ ।ପ୍ରଧାନ ଶିକ୍ଷକ, ଛାତ୍ର,ଶିକ୍ଷକ ଓ ଅବିଭାବକଙ୍କ ମିଶ୍ରଣ ଚେଷ୍ଟାରେ ଛାତ୍ରଙ୍କ ବିକାଶ ସମ୍ବନ୍ଧରେ ବୁଝା ଇଥିଲେ।ଶିକ୍ଷକ ସୁଧୀର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ମାଆ ମାନଙ୍କ କର କମଳରେ ବୃକ୍ଷ ରୋପଣ କରା ଯାଇଥିଲା।ଶିକ୍ଷୟିତ୍ରୀ ସରସ୍ଵତୀ କାର୍ଜି ଓ ଛାତ୍ରମାନେ ମାଆ ମାନଙ୍କୁ ଗଛ ରୋପଣ କରିବାରେ ସାହାଯ୍ୟ କରିଥିଲେ।

