ବୋଲଗଡ଼,୨୬।୮(ସୁଶାନ୍ତ କୁମାର ପ୍ରଧାନ):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଅସରଳାଦଳ ପଞ୍ଚାୟତର କୁଞ୍ଜବନ ମଠ ଠାରେ ଶ୍ରୀମଦ୍ ଭାଗବତ ସପ୍ତାହ ପାଳନ କରାଯାଉଛି। ପୂଜକ ରମେଶ ଚନ୍ଦ୍ର କରଙ୍କ ଆବାହକତ୍ୱ ଓ ମଦନ ମୋହନ ଦାସଙ୍କ ତତ୍ତ୍ଵାବଧାନରେ ଗତ ଶନିବାର ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆସନ୍ତା ୨୮ତାରିଖ ଶୁକ୍ରବାର ପୂର୍ଣାହୁତି ହେବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।ଏହି ଅବସରରେ ଶ୍ରୀ କରଙ୍କ ଦ୍ୱାରା ପ୍ରତିଦିନ ଭାଗବତ ପଠନ ଓ ପ୍ରବଚନ କରାଯାଉଛି। ଭାଗବତ କଥା ଶ୍ରବଣ ଓ ନାମ ସଂକୀର୍ତ୍ତନରେ ସାମିଲ ହେବା ପାଇଁ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭକ୍ତ ଆସୁଛନ୍ତି। ପ୍ରତିଦିନ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।

