ଫୁଲବାଣୀ,୧୦/୦୮(ସୁନୀଲ ପଟ୍ଟନାୟକ):ଆଜିର ସ୍ବାର୍ଥ ପର ଦୁନିଆ ରେ ସମସ୍ତେ ନିଜ ନିଜର ସ୍ବାର୍ଥ ହାସଲ ପାଇଁ ଉଦ୍ୟମ କରୁଥିବା ବେଳେ ଜି ଉଦୟଗିରି ର ପୁର୍ବତନ ଏନ୍ ଏ ସି ଅଧ୍ୟକ୍ଷ ତଥା ସମାଜସେବୀ ପି ସଞ୍ଜୀବ ପାତ୍ର ନିରୀହ, ଗରୀବ ଅସହାୟ ଅବସ୍ଥାରେ ଥିବା ଲୋକଙ୍କୁ ନିଜ ସାଧ୍ୟ ମତେ ସ୍ବାର୍ଥ ରୁ ଉର୍ଦ୍ଧରେ ରହି ସହାୟତାର ହାତ ବଢାଇଛନ୍ତି l ଜି ଉଦୟଗିରି ପଦା ସାହି ର ଅଶୋକ କହଁର କ୍ୟାନ୍ସର ରେ ଗତ ମାସ ରେ ମୃତ୍ୟୁ ବରଣ କରିବା ପରେ ପୁରା ପାରିବାର ଦୁଃଖ ରେ ଭାଙ୍ଗି ପଡ଼ିଥିଲେ l କିଭଳି ପାରିବାର ଚଳିବ, ଦୁଇ ଓଳି ଦୁଇ ମୁଠା ଦାନା କିଭଳି ଯୋଗାଡ କରିବେ ତାକୁ ନେଇ ଚିନ୍ତା କରୁଥିବା ବେଳେ ଲଗାଣ ବର୍ଷା ରେ ପ୍ରକୃତି ଦାଉ ସାଧିଲା ପରି ମାଟି ଘର ଖଣ୍ଡିକ ଭୁସୁଳି ପଡ଼ିଲା l ବର୍ତ୍ତମାନ ମୁଣ୍ଡ ଗୁଞ୍ଜିବାକୁ କିଛି ନାହି ବୋଲି ବିଧବା ପତ୍ନୀ ଟୁ ନି କହଁର l ଏପଟେ ବୁଢ଼ୀ ଶାଶୁ ଙ୍କ ସହ ଦୁଇ ପିଲା ଙ୍କ ବୋଝ l ଏଭଳି ସ୍ଥିତି ରେ ଦେବ ଦୂତ ସାଜି ପୁର୍ବତନ ଅଧକ୍ଷ ତଥା ଜଣା ଶୁଣl ସମାଜ ସେବୀ ପି ସଞ୍ଜୀବ ପାତ୍ର ପହଞ୍ଚି ଘର କରିବା ପାଇଁ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l ଯାହାକି ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରିବା ସହ ନେତା ହେବ ତ ଏମିତି ବୋଲି କହି ଛନ୍ତି l ଏହା ବ୍ୟତୀତ ସର୍ବଦା ବିଭିନ୍ନ ସାମାଜିକ କାର୍ଯ୍ୟ ରେ ମଧ୍ଯ ସହାୟତା ର ହାତ ବଢ଼ାଇ ଆସୁଛନ୍ତି ସଞ୍ଜୀବ l

