ଫୁଲବାଣୀ,୦୮।୦୯(ସୁନିଲ ପଟ୍ଟନାୟକ):ଆକ୍ସନ ମୋଡ ରେ କୋଟଗଡ ପୋଲିସ l କୌଣସି ସୂତ୍ରରୁ ପକ୍କା ଖବର ପାଇ କୋଟ ଗଡ ପୋଲିସ ଚଢାଉ କରି ୪ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବନ୍ଧୁକ୍, ଛୁରୀ ବାଇକ ସହ ନଗଦ ୧୪ହଜାର ୭୦୦ଟଂକା ଜବତ କରିଛି l ଗତ କିଛି ମାସ ହେଲା କୋଟ ଗଡ଼ ଥାନା ଅଞ୍ଚଳ ରେ ଚୋରୀ ଡକାୟତି ରାହାଜାନୀ, ସୁନା ଗହଣା ଲୁଟ, ବାଇକ ଚୋରୀ ଆଦି ହେବା ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବା ସହ ନିଦ ହଜାଇ ଦେଇଥିଲl ଏହା ପଛରେ ଏହି ଗ୍ୟାଙ୍ଗ କାମ କରୁଥିଲା l ଗିରଫ ଅଭିଯୁକ୍ତ ମାନେ ହେଲେ ନିଲୀ ମଝିଗୁଡ଼ା ର ସମ୍ବିତ ପାଲଟା ସିଂ , କୋଟ ଗଡ ର ବିକାଶ ବଳିଆର ସିଂହ, ରୋହିତ ନାୟକ ଓ ତୁମୁଡ଼ି ବନ୍ଧ ର ରାହୁଲ ମାନ୍ ସେଠ୍ ବୋଲି ପୋଲିସ୍ କହିଛି l ନିକଟ ରେ ଏହି ଗ୍ୟାଙ୍ଗ କୋଟଗଡ ନୁଆ କୁମ୍ଭାର ସାହି ର ମଞ୍ଜୁ ନାୟକ ଙ୍କ ଘରେ ପଶି ବନ୍ଧୁକ ଓ ଛୁରୀ ଦେଖାଇ ବିପୁଳ ପରିମାଣ ର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଥିଲେ l ଏ ନେଇ କୋଟଗଡ ଥାନା ରେ ୧୫୮/୨୦୨୬ ରେ ମାମଲା ରୁଜ୍ଜୁ ହୋଇଥଲା l ସମସ୍ତ ଅଭିଯୁକ୍ତ ମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି l କୋଟଗଡ ଥାନା ଅଧିକାରୀ ଙ୍କ ନିଷ୍ଠାପର ଉଦ୍ୟମ ଆନ୍ତରିକତା ସହ କାର୍ଯ୍ୟ ଦକ୍ଷତା, ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହି କୁଖ୍ୟାତ ଡକାୟତ ଗ୍ୟାଙ୍ଗ କୁ ପୋଲିସ ଧରିବାରେ ସକ୍ଷମ ହୋଇଥିଲା l କୋଟ ଗଡ ଅଞ୍ଚଳ ରେ କୌଣସି ପ୍ରକାର ଅପରାଧିକ କାର୍ଯ୍ୟକଳାପ କୁ ବରଦlସ୍ତ୍ କରାଯିବ ନାହିଁ ବୋଲି ଥାନା ଅଧିକାରୀ କହିଛନ୍ତି l ଆଗକୁ ପୂଜା ଋତୁ ଆସୁଥିବା ରୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ଓ ରାତ୍ରୀ କାଳୀନ ପେ ଟ୍ର ଲିଙ୍ଗ କୁ କଡ଼ା କଡି କରାଯିବ ବୋଲି ପୋଲିସ କହିଛି l

