ଫୁଲବାଣୀ,୨।୧୦(ସୁନୀଲ ପଟନାୟକ):ସହର ର ବିଭିନ୍ନ ସଙ୍ଗଠନ ର ଦାବୀ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବେଦ ଭୂଷଣ ଙ୍କ ଆନ୍ତରିକ ଉଦ୍ୟମ ଓ ଆଗ୍ରହ ପ୍ରକାଶ ଯୋଗୁଁ ପ୍ରାୟ କୋଟିଏ ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଫୁଲବାଣୀ ସହର ର ମୁଖ୍ୟ ସ୍ଥାନ ରେ ଥିବା ଏକ ମାତ୍ର ସଭା ଗୃହ ଗାନ୍ଧୀ ସ୍ମୃତି ଭବନ ର ପୁନରୁଦ୍ଧାର କାର୍ଯ୍ୟ ପରେ ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀ ସ୍ମୃତି ଭବନ ର ଉଦଘାଟନ ହୋଇଥଲା l ସେଣ୍ଟ୍ରାଲ ଏସି, ଏଲ୍ ଇ ଡି , ଟ ଏ ଲେଟ୍, ଅତ୍ୟାଧୁନିକ ସାଉଣ୍ଡ ସିଷ୍ଟମ ଓ ଲାଇଟ୍ ସିଷ୍ଟମ, ଜେନେରେଟର, ସହ ସମସ୍ତ ସୁବିଧା ସୁଯୋଗ ର ବ୍ୟବସ୍ଥା କରାଯାଇଛି l ଫଳରେ ସ୍ଥାନୀୟ ଲୋକେ ବେଶ ଖୁସୀ ବ୍ୟକ୍ତ କରିବା ସହ ଜିଲ୍ଲା ପ୍ରଶାସନ କୁ ଧନ୍ୟ ବାଦ ଜଣାଇଛନ୍ତି l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲାପାଳ ବେଦ ଭୂଷଣ, ମୁନିସପାଲଟି ଅଧ୍ୟକ୍ଷl ,ଏସ ଡି ସି ଅଧ୍ୟକ୍ଷ ମାନ ଗୋବିନ୍ଦପ୍ରଧାନ, ପି ଡି, ଡି ଆର୍ ଡି ଏ ଶମ୍ଭୁ ନାଥ ନନ୍ଦୀ, ପି ଡି ଡୁ ଡ଼ା ପ୍ରବୀଣ କୁମାର ବାଣୁଆ, ଉପ ଜିଲ୍ଲାପାଳ ଭିକାରୀ ସାହୂ, ସଂସ୍କୃତି ଅଧିକାରୀ ନଳିନୀ ସାହୁ, ବିଡି ଓ ସୌମ୍ୟ ରଂଜନ ପାତ୍ର, ପ୍ରମୁଖ ଯୋଗ ଦେଇ ଥିଲେ l ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ l ଏହି ଅବସରରେ ସମସ୍ତ କାଉନସିଲର ବୁଦ୍ଧିଜୀବି, ବରିଷ୍ଠ ନାଗରିକ ଯୋଗ ଦେଇଥିଲେ l ଏହି ଅବସରରେ ବ୍ରୋଞ୍ଜ ନିର୍ମିତ ଗାନ୍ଧୀ ମୂର୍ତ୍ତି ଉଦଘାଟିତ ହୋଇ ଥିଲା l ଆଧୁନିକ କରଣ ପରେ ପୁର୍ବରୁ ଥିବା ଗାନ୍ଧୀ ସ୍ମୃତି ଭବନ ର ଭଡ଼ା ରେ ବୃଦ୍ଧି କରାଯିବ ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି l

