ବୁଗୁଡ଼ା,୨୬/୦୬(ଡ.କୁମୁଦ ଚନ୍ଦ୍ର ବେହେରା):ସରକାର କୃଷି ଓ କୃଷକ କଲ୍ୟାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରି ଚାଷୀମାନଙ୍କୁ ବର୍ଷସାରା ଜଳସେଚନ ସୁବିଧା ଯୋଗାଇବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇନଥିବାରୁ ପ୍ରକଳ୍ପ ଅଚଳ ହୋଇ ପଡ଼ିଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ଚାଷୀମାନେ ଚାଷ କାର୍ଯ୍ୟ ପାଇଁ ପାଣି ପାଉନଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ମୋଟାବାଡି ପଞ୍ଚାୟତରେ, ଏହି ପଞ୍ଚାୟତର ୧୨ ଜଣ ଚାଷୀ ଉଠା ଜଳସେଚନ ପ୍ରକଳ୍ପ ପାଇଁ ଓଟି କ୍ଲଷ୍ଟର ମାଧ୍ୟମରେ କୋଡିଏ ହଜାର ଟଙ୍କା ଲେଖାଏଁ ବାନ୍ଧିବାପରେ ବୋରୱେଲ ଖୋଳାଯାଇଥିଲା, ୨୦୨୨ ମସିହାରୁ ପ୍ରକଳ୍ପର ନିର୍ମାଣ କାମ ଶେଷ ହୋଇଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ଅଭାବରୁ ମୋଟର ଚାଲୁ ହୋଇପାରୁନାହିଁ। ଚାଷ ଋତୁ ଆରମ୍ଭ ହୋଇଥିବାବେଳେ ଜଳସେଚନ ସୁବିଧା ନ ମିଳିବାରୁ ଧାନସମେତ ଅନ୍ୟାନ୍ୟ ଫସଲ ଚାଷ ପ୍ରଭାବିତ ହେବାଆଶଙ୍କା ଦେଖାଦେଇଛି। ଚାଷୀ ମାନେ ଏନେଇ ଗଞ୍ଜାମ ଜିଲ୍ଲାପାଳ, ବିଭାଗୀୟ ଯନ୍ତ୍ରୀ, ସ୍ଥାନୀୟବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କୁଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତକୌଣସି ସୁଫଳ ମିଳୁନାହିଁ ଯାହାଫଳରେ ଚିନ୍ତାରେ ଚାଷୀ, ଯଦି ଶୀଘ୍ର ଏହାର ସମାଧାନ କରାନଯାଏ, ତେବେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

