ପୋଲସରା: ୨୧/୦୩ (ଶିବ ପ୍ରସାଦ ସାହୁ) ପୋଲସରା ବ୍ଲକ ସ୍ଥିତ କନଫରେନ୍ସ ହଲରେ ଶୁକ୍ରବାର ଅତିରିକ୍ତ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ସୋନମ ବେହେରା ଙ୍କ ତତ୍ୱାବଧାନ ସାଙ୍ଗକୁ ବ୍ଲକ ଅଧକ୍ଷା କଳ୍ପନା ପ୍ରଧାନଙ୍କ ଅଧକ୍ଷତାରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ସାମଗ୍ରିକ ଶିକ୍ଷା କୁ ନେଇ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଗତ ୧. ୪. ୨୫ ଠାରୁ ୩୦. ୯. ୨୫ ୬ମାସ ମଧ୍ୟରେ ଏମ ଜି ଏନ ଆର ଇ ଜି ଏସ ଓ ସମାଜିକ ଶିକ୍ଷା କୁନେଇ କଣ କଣ ଅଗ୍ରଗତି ହୋଇଛି ସେଠି ନେଇ ସମୀକ୍ଷା ଜୋଇଥିଲା। ପୋଲସରା ବ୍ଲକ ରେ ଏମଜୀଏନଆରଇଜିଏସ ଯୋଜନାରେ ମୋଟ ୭ ଲକ୍ଷ ୨୦ହଜାର ଶ୍ରମଦିବସ ସୃଷ୍ଟି କରିବା ଲାଗି ଟାର୍ଗେଟ ଥିଲା କିନ୍ତୁ ଲକ୍ଷ ଧାର୍ଯ୍ୟ ଠାରୁ ଅଧିକା ସୃଷ୍ଟି କଟିଛି ଯାହାକି ୮ଲକ୍ଷ ୧ ହଜାର ୩୪୫ ଶ୍ରମ ଦିବସ ସୃଷ୍ଟି ହୋଇଛି। ୨୬ ପଂଚାୟତ ରେ ମୋଟ ୧୪୦୮ ଗୋଟି ପ୍ରକଳ୍ପ ସମ୍ପୂର୍ଣ୍ଣ ସାରିଥିବା ବେଳେ ୨ହଜାର ୫ଶହ ୧୭ଗୋଟି ପ୍ରକଳ୍ପ ଚାଲୁରହିଛି। ୨୦ହଜାର ୮ଶହ ୨୯ଗୋଟି ଜବ କାର୍ଡର ଇ କେ ୟାଇ ସି ସମ୍ପୂର୍ଣ୍ଣ ହୋଇଥିବା ବେଳେ ୬ହଜାର ୨ଶହ ୬୬ କାର୍ଡ କରିବାକୁ ବାକି ରହିଛି। ପୋଲସରା ବ୍ଲକରେ ୧୨୨୬ ଜଣ ହିତାଧିକାରୀ ୧୦୦ ଦିନର କାର୍ଯ୍ୟ ହାସଲ କରିଛନ୍ତି। ଏତଦ ବ୍ୟତୀତ ସାମଗ୍ରିକ ଶିକ୍ଷା କୁ ନେଇ ଗୁଣାତ୍ମକ ଶିକ୍ଷା ଉପରେ ଆଲୋକପାତ କରାଯାଇ ଥିଲା ବିଦ୍ୟାଳୟ ମାନଙ୍କ ରେ ଗୁଣାତ୍ମକ ଶିକ୍ଷା କିଭଳି ଦିଆଯାଇପାରିବ, ପିଲାମାନେ ଗୁଣାତ୍ମକ ଶିକ୍ଷା କେମିତି ଆରୋହଣ କରିବେ ସେନେଇ ଜନପ୍ରତିନିଧି ସହିତ ଅଭିଭାବକ, ଶିକ୍ଷକ ଙ୍କ ସମନ୍ୱୟ ରହିବାର ଆବଶ୍ୟକତା ରହିଛି ବୋଲି ବୈଠକ ରେ ଜିଲ୍ଲା ସାମାଜିକ ସମୀକ୍ଷକ ରବୀନ୍ଦ୍ର ମଲାଣ କହିଥିଲେ। ମୃତିକା ସରଂକ୍ଷଣ ବିଭାଗ ର ରେଞ୍ଜ ଅଫିସର ନିରଞ୍ଜନ ପାତ୍ର ନିଜ କାର୍ଯ୍ୟାଳୟ ରେ ନରହି ସେ ନିଜ ଘରେ ରହୁଥୁବା ହେତୁ କାର୍ଯ୍ୟ ସମ୍ପୂର୍ଣ ଭାବେ ଠପ ହୋଇଯାଇଥିବା ନେଇ ବୈଠକ ରେ ଚିରିକିପଡା ଶାସନ ସରପଞ୍ଚ ଭଗବାନ ସାହୁ , ସୋଡ଼କ ସରପଞ୍ଚ ଉତ୍କଳ ପ୍ରଧାନ ସମେତ ବହୁ ସରପଞ୍ଚ ଅଭିଯୋଗ କରି ଥିଲେ। ସମ୍ପୃକ୍ତ ବିଭାଗ ର କାର୍ଯ୍ୟ କୌଣସି ସରପଞ୍ଚ କିମ୍ବା ସମିତିସଭ୍ୟ ଜାଣିପାରୁନାହାନ୍ତି ବୋଲି କହିଥିଲେ। ଏଥି ଶହ ବନ ବିଭାଗ, ଉଦ୍ୟାନ ବିଭାଗ ଉପରେ ଆଲୋଚନା ହୋଇଥୁଲା। ଜଙ୍ଗଲ ଜମିରେ ଇଟା ଭାଟି ଚାଲୁଥୁବା ନେଇ ଶଙ୍କର ପ୍ରଧାନ ଅଭିଯୋଗ କରିବା ଶହ ବନବିଭାଗ ଦୃଷ୍ଟି ଦେଉନି ବୋଲି ଅଭିଯୋଗ କରିଥିଲେ। ପୋଲସରା ବ୍ଲକର ବହୁ ପଂଚାୟତ ରେ ଜେଇ ନାହାଁନ୍ତି। ଗୋଟିଏ ଜେଇ ୬ ରୁ ୭ତା ପଂଚାୟତ ର ଦାୟିତ୍ୱ ନେଉଛନ୍ତି, ଯା ଫଳରେ ଉର୍ଣ୍ଣୟନ କାର୍ଯ୍ୟ ରେ ବାଧା ସୃଷ୍ଟି ହେଉଛି ବୋଲି ବୈଠକ ରେ ସରପଞ୍ଚ ଭଗବାନ ସାହୁ ସ୍ୱର ଉଠାଇ କହିଥିଲେ ତୁରନ୍ତ ଜେଇ ଅଣାଯାଉ ବୋଲି ମଧ୍ୟ କହିଥିଲେ।ଉକ୍ତ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ର ଅଭିଯୋଗ ଶୁଣାଣି ଶିବିରରେ ଅରିରିକ୍ତ ଉପ ଜିଲ୍ଲପାଳ ପାର୍ଥ ସାରଥୀ ହାଁସଦା,ଏବିଡ଼ିଓ ସୋନମ ବେହେରା, ଜିଲ୍ଲା ସାମାଜିକ ସମୀକ୍ଷକ ରବୀନ୍ଦ୍ର କୁମାର ମଲାଣ, ବ୍ଲକ ଅଧକ୍ଷା କଳ୍ପନା ପ୍ରଧାନ,, ଜିଲ୍ଲା ପରିଷଦ ସଭ୍ୟ ଅଶୋକ ବିଷୋୟୀ, ବ୍ଲକ ଉପାଧ୍ୟାକ୍ଷ କାନହୁ ଚରଣ ପରିଡା, ସି ପି କବିରାଜ ପ୍ରଧାନ, ବ୍ଲକ ସମୀକ୍ଷକ କୃଷ୍ଣ ଗୌଡ଼ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକର କର୍ମଚାରୀ ସମୂହ ଉପସ୍ଥିତ ଥିଲେ।

