ବୁଗୁଡ଼ା,୨୫/୬(ଡ.କୁମୁଦ ଚନ୍ଦ୍ର ବେହେରା):ଓଡ୍ର ଖଣ୍ଡାୟତ କାଳଞ୍ଜୀ ସମାଜ ବେତାରସିଂ ଅଞ୍ଚଳ ପରିଷଦର ଏକ ବୈଠକ ସଭାପତି ଗୌର ଚରଣ ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ବେତାରସିଂ ଅଞ୍ଚଳ ପରିଷଦର କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ୧୯ ଖଣ୍ଡ ଗ୍ରାମ ସମାଜ ଭାଇ ଓ କର୍ମକର୍ତ୍ତା, ଗ୍ରାମ କମିଟି, ମଣ୍ଡଳ କମିଟି, ଅଞ୍ଚଳ କମିଟି ସମେତ ସମାଜର କେନ୍ଦ୍ର ପରିଷଦର ଶୀର୍ଷ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ଏ ଅବସରରେ ଅଞ୍ଚଳ ପରିଷଦର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ନୂତନ ଅଞ୍ଚଳ ସଭାପତି ଭାବେ ଗଙ୍ଗାଧର ବିଶୋଇ, ଉପସଭାପତି ଭାବେ ଅନ୍ତର୍ଯ୍ୟାମୀ ସ୍ଵାଇଁ, ସମ୍ପାଦକ ଭାବେ ଅମିିକା ପ୍ରସାଦ ବିଷୋୟୀ, ସଂଗଠନ ସମ୍ପାଦକ ଭାବେ ଯୋଗୀ ନାହାକ, ସଂଗଠକ ଭାବେ ଲକ୍ଷ୍ମଣ ସ୍ଵାଇଁ ଓ ଉପଦେଷ୍ଟା ଭାବେ ଗନ୍ଧର୍ବ ସେନ୍ ଭୂୟାଁ ସର୍ବ ସମ୍ମତି ଭାବେ ମନୋନୀତ ହୋଇ କୁଳଦେବତାଙ୍କ ସମ୍ମୁଖରେ ଶପଥ ପାଠ କରିଥିଲେ। ଏହି ବୈଠକରେ କେନ୍ଦ୍ର ପରିଷଦସଭାପତି ସନ୍ତୋଷ କୁମାର ଜେନା,ଉପସଭାପତି ବୃନ୍ଦାବନ ଖଟେଇ, ସମ୍ପାଦକନୀଳାଞ୍ଚଳ ପୋଲେଇ, ଉପଦେଷ୍ଟା କାଳୀଚରଣନାୟକ, ଆସିକା ଅଞ୍ଚଳ ସଭାପତି ନରହରିବିଶୋଇ, ସମ୍ପାଦକ ଯୋଗେନ୍ଦ୍ର ପ୍ରଧାନ,ସିଦ୍ଧେଶ୍ୱର ଅଞ୍ଚଳ ସଭାପତି ଯୋଗେନ୍ଦ୍ର비ଶୋଇ, ଆଠଗଡ ସଭାପତି ସୂର୍ଯ୍ୟ ନାରାୟଣଭୂୟାଁ, ସମ୍ପାଦକ ରାଧାଶ୍ୟାମ ଜେନା, ଉପଦେଷ୍ଟାପଦ୍ମଚରଣ ଜେନା, କରଞ୍ଜି ଅଞ୍ଚଳ ସଭାପତି ଜଗବନ୍ଧୁ ଜେନା, ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ କେନ୍ଦ୍ର ସଭାପତି ହରିହର ପ୍ରଧାନଙ୍କ ସମେତ ଗ୍ରାମ, ମଣ୍ଡଳ ଓ ଅଞ୍ଚଳର ସମାଜ ଭାଇମାନେ ଉପସ୍ଥିତ ଥିଲେ। ଗଠିତ ନୂତନ କମିଟି ଅଞ୍ଚଳରେ ସମାଜ ଭାଇଙ୍କ ଶିକ୍ଷା, ଆର୍ଥିକ ଉନ୍ନତି, ଗରିବ, ବୃଦ୍ଧବୃଦ୍ଧାଙ୍କ କଲ୍ୟାଣ ଓ ସୁରକ୍ଷା ,ନାରୀ ସୁରକ୍ଷା ଦିଗରେ ଯତ୍ନବାନ ହେବା ନିମନ୍ତେ ଗୁରୁତ୍ଵାରୋପ କରାଯାଇଥିଲା ବେଳେ ଅଞ୍ଚଳରେ ବର୍ତ୍ତମାନ ଶୂନ୍ୟ ଅଭିଯୋଗ ରହିଥିବା ଘୋଷଣା କରାଯାଇଥିଲା।

