ଫୁଲବାଣୀ,୧୧/୦୮(ସୁନୀଲ ପଟ୍ଟନାୟକ):ଜଗନ୍ନାଥଧାମ ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟଠାରେ ତିନିଦିନ ଧରି ଓଡିଶା ସାହିତ୍ୟ ମହୋତ୍ସବ ଓ ରାଷ୍ଟ୍ରୀୟ ଯୁବ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା | ଏଥିରେ କନ୍ଧମାଳର ସାହିତ୍ୟ ପରିଷଦ ଶାଖା ତରଫରୁ 10 ଜଣ ପ୍ରତିନିଧି ଯୋଗଦେଇ ଆୟୋଜିତ ପ୍ରବନ୍ଧ ଓ କବିତା ପାଠରେ ଅଂଶଗ୍ରହଣ କରିଥିଲେ | କନ୍ଧମାଳ ଶାଖାର ସଭାପତି ତଥା ଫିରିଙ୍ଗିଆ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ଚିତ୍ତରଞ୍ଜନ ମିଶ୍ର, ସମ୍ପାଦକ ତଥା ସାହିତ୍ୟ ସଂଗଠକ କୈଳାସ ଚନ୍ଦ୍ର ଧଳ, ସଂଯୋଜକ ଏ ସନ୍ତୋଷ କୁମାର ପାତ୍ର, ସଦସ୍ୟା ବନିତା ମହାରଣା, ସଦସ୍ୟ ତାପସ କୁମାର ହୋତା, ଵି କେ କମଳ, ନିରଞ୍ଜନ ମହାରଣା, ନାଭିଦତ୍ୟ ଦିଗାଲ, ଧନପତି ଦିଗାଲ, ସନ୍ତୋଷ କୁମାର ତ୍ରିପାଠୀ ପ୍ରଭୃତି ଯୋଗଦେଇ ଥିଲେ | ଓଡିଶା ସାହିତ୍ୟ ଏକାଡେମୀ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ତିନିଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ପ୍ରାନ୍ତରୁ ସାହିତ୍ୟିକ ବିଶେଷ କରି ଯୁବ ସାହିତ୍ୟିକ ମାନେ ଯୋଗଦେଇ ନିଜ ନିଜର ସନ୍ଦର୍ଭ ପାଠ କରିଥିଲେ | ଉଦଘାଟନ ଉତ୍ସବରେ ଓଡ଼ିଶାର ଉଚ୍ଚ ଶିକ୍ଷା, କ୍ରୀଡା, ଯୁବ ବ୍ୟାପାର ତଥା ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ସୁରଜ ସୂର୍ଯ୍ୟବଂଶୀ ଯୋଗଦେଇଥିଲା ବେଳେ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ଶ୍ରୀ ପ୍ରଭାତ କୁମାର ମହାପାତ୍ର ଓ ଓଡ଼ିଆ ବିଶ୍ୱ ବିଦ୍ୟାଳୟର କୁଳପତି ଶ୍ରୀ ସତ୍ୟନାରାୟଣ ଆଚାର୍ଯ୍ୟ, କେନ୍ଦ୍ର ସାହିତ୍ୟ ଏକାଡେମୀ ର ଉପସଭାପତିପ୍ରଫେସର କୁମୁଦ ଶର୍ମା, ଓଡିଶା ସାହିତ୍ୟ ସଚିବ ଡ ଚନ୍ଦ୍ରଶେଖର ହୋତା,ସାହିତ୍ୟ ପରିଷଦର କେନ୍ଦ୍ରୀୟ ମନ୍ତ୍ରୀ ପବନ କୁମାର ପ୍ରଭୃତି ଯୋଗଦେଇ ନିଜର ମତ ରଖିଥିଲା ବେଳେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ପ୍ରାନ୍ତ ସଭାପତି ଅଭୟ କୁମାର ନାୟକ,ସାଧାରଣ ସମ୍ପାଦକ ସନ୍ତୋଷ କୁମାର ମହାପାତ୍ର, ସଂଗଠନ ସମ୍ପାଦକ ନାରାୟଣ ନାୟକ ଓ ସମ୍ପାଦକ ରାମକୃଷ୍ଣ ତ୍ରିପାଠୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ | ଏଥିରେ ବ୍ୟାସ କବି ଫକୀର ମୋହନ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଅତିବଡ଼ି ଜଗନ୍ନାଥ ଦାସ, ଗୋଦାବରୀଶ ମହାପାତ୍ର, ତଥା ରାଷ୍ଟ୍ରବୋଧ ଉପରେ ସନ୍ଦର୍ଭ ପାଠ ହୋଇଥିଲା ବେଳେ 150 ରୁ ଉର୍ଧ୍ଵ କବି ରାଷ୍ଟ୍ରବାଦୀ କବିତା ପଠନ କରିଥିଲେ |

