ଫୁଲବାଣୀ,୨୭/୦୬(ସୁନୀଲ ପଟ୍ଟନାୟକ):ଫୁଲବାଣୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ର ପର୍ଯ୍ୟବେକ୍ଷକ ସୁଶ୍ରୀ ଅମିତା ବିଶ୍ୱାଳ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଯୋଗ ଦେଇ ନିଟ ପେପର ଲିକ ସମ୍ବଦ୍ଧରେ ଗଭୀର ଆଲୋକପାତ କରି କହିଲେ ଯେ କେନ୍ଦ୍ର ଶିକ୍ଷା ବିଭାଗ ଗୋଟିଏ ସଂସ୍ଥା କୁ ଦୋଷ ଦେଇ ଚୁପ ବସିଗଲେ ହେବ ନାହିଁ ବରଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଉଚିତ! ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ନେଇ ଖେଳ ଖେକୁଛି ବିଜେପି ସରକାର l ଗରିବ ଛାତ୍ର ଛାତ୍ରୀ ଙ୍କ ମା ବାପା ଙ୍କ ସ୍ବପ୍ନ ଧୂଳିସାତ ହେଲା! ଛାତ୍ର ଛାତ୍ରୀ ମୃତ୍ୟୁ ବରଣ କଲେ! ଏପଟେ ରାଜ୍ୟ ଶିକ୍ଷା ବିଭାଗରେ ବେପରୁଆ କାରବାର ଯୋଗୁଁ ପିଲାଙ୍କ ବହି ରେ ୧୭ ଶହ ତ୍ରୁଟି ପରଲ୍ଲକ୍ଷିତ ହୋଇଛି! ଗଣିତ ବହିରେ ରଜ ଦୋଳିଖେଳ, ଓ ଇତିହାସ ବହିରେ କର୍ଣ୍ଣାଟକ ଏସେମ୍ବଲ୍ଲି କୁ ଦେଖାଇ କୋଣାର୍କ ମନ୍ଦିର ବୋଲି ଉଲ୍ଲେଖ ରହିଁଛି ବୋଲି ପୂର୍ବତନ କଂଗ୍ରେସ ମୁଖ୍ୟ ମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଙ୍କ ଝିଅ ତଥା ପିସିସି ପର୍ଯ୍ୟବେକ୍ଷିକା ସୁଶ୍ରୀ ଅମିତା ବିଶ୍ୱାଳ ସମାଲୋଚନା କରିଛନ୍ତି l ଛା ତ୍ରୋ କି ଗୁଞ୍ଜ “ଆଲୋଚନା ଚକ୍ରରେ ଏକ ସ୍କାନ ର ରେ ଛାତ୍ର ଙ୍କୁ ଯୋଡି ହେବା ପାଈଁ ଆୱାହ୍ନ ଦେଇଛନ୍ତି ରାହୁଲ ଗାନ୍ଧୀ! କୋଟା ରେ ଦେଇଥିବା ଭାଷଣ ର ଏକ ଭିଡ଼ିଓ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା! ସାମ୍ବାଦିକ ସମ୍ମିଳନୀରେ ସଭାପତି ତ୍ବ କରି ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ବରିଷ୍ଠ ଆଇନଜୀବି ଚନ୍ଦ୍ର ଶେଖର ପରିଡା କହିଲେ ନିଟ ପେପେର ଲିକ ର ସମସ୍ୟା ନେଇ ଫୁଲବାଣୀ ର ପ୍ରତ୍ୟେକ କଲେଜ ର ଛାତ୍ର ଛାତ୍ରୀ ଙ୍କୁ ସଚେତନ କରିବା ପାଈଁ ଛାତ୍ର କଂଗ୍ରେସ ଓ ନେତା ସଚେତନ କରାଇବା ପାଈଁ ଗସ୍ତ କରିବେ! ଆବଶ୍ୟକ ହେଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ ମତ ପ୍ରକାଶ କରିଥିଲେ l କେନ୍ଦ୍ର ସରକାରଙ୍କ ର ଛାତ୍ର ମାରଣ ନୀତି ଚାଲିଛି! ପ୍ରଧାନ ମନ୍ତ୍ରୀ ମନକି ବାତ ରେ କିଏ ଆଚାର କଲା, କିଏ ଚାଷ କଲା, କିଏ ଲାଖପତି ଦିଦି ଏସବୁ ଆଲୋଚନା କରୁଛନ୍ତି କିନ୍ତୁ କିଏ ମନ୍ଦିର ରରୁ ୨00 କୋଟି ଚୋରି କଲା, ନିଟ ପେପେର ଲିକ, ଛାତ୍ର ଛାତ୍ରୀ ଆତ୍ମ ହତ୍ୟା ଓ ମହିଳା ଭତ୍ତା ନ ମିଳିବା ଆଲୋଚନା ହେଉ ନାହିଁ!ଦିଲ୍ଲୀ ର ଝିଅ କୁ ରାୟଗଡାରେ ମାଡ଼ ମରା ଓ ବସ୍ତ୍ର ହରଣ କଥା ଆଲୋଚନା କରୁନାହାନ୍ତି ବୋଲି କହି ଉଦବେଗ ପ୍ରକାଶ କରିଥିଲେ l ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ରଜତ ମହାନ୍ତି, ଗୀତାଞ୍ଜଳି କଂହର, ନନ୍ଦ କିଶୋର ଦାସ, ନଗର ସଭାପତି ସୁବଳ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭାନେତ୍ରୀସୁଶ୍ରୀ ସଂଯୁକ୍ତା ପ୍ରଧାନ, ଯୁବ କଂଗ୍ରେସ ସମ୍ପାଦକ ସଂଜୟ କହଁ ର, ଉପସଭାପତି ହେମନ୍ତ କର, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀ ପ୍ରମୁଖ ଯୋଗ ଦେଇ ଥିଲେ!

