ଫୁଲବାଣୀ,୦୯।୦୯(ସୁନିଲ ପଟ୍ଟନାୟକ): ବୁଧବାର ଫୁଲବାଣୀ ର ଜିଲ୍ଲା ପ୍ରେସ କ୍ଲବ ଠାରେ କନ୍ଧମାଳ ଜିଲ୍ଲା ସାମ୍ୱାଦିକ ସମନ୍ଵୟ ସମିତି ର ଏକ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା l ବରିଷ୍ଠ ସାମ୍ବାଦିକ ତଥା ସମିତି ର ସଭାପତି ସୁନୀଲ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା କନ୍ଧମାଳ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ଅବଗତ କରାଇଥିଲେ l ଜିଲାର ସମସ୍ତ ବ୍ଲକ ର ଅଭିଜ୍ଞ ସାମ୍ବାଦିକ ଙ୍କୁ ନେଇ ଗଠିତ ଜିଲ୍ଲା ସ୍ତରୀୟ କମିଟି ଜିଲ୍ଲାର କାର୍ଯ୍ୟ ରତ ସାମ୍ବାଦିକ ମାନଙ୍କ ସ୍ବାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିବ ବିଶେଷ କରି ସମସ୍ତ କାର୍ଯ୍ୟ ରତ ସାମ୍ବାଦିକ ଙ୍କ ସୁରକ୍ଷା, ଷାଠିଏ ବର୍ଷ ରୁ ଉର୍ଦ୍ଧ୍ବ ଆବସର ପ୍ରାପ୍ତ ସାମ୍ବାଦିକ ଙ୍କୁ ଅନ୍ୟୁନ୍ୟ ୨୦ହଜାର ଟଂକାମାସିକ ପେନସନ ବ୍ୟବସ୍ଥା, ନିଜସ୍ୱ ଗୃହ ନଥିବା ସାମ୍ବାଦିକ ଙ୍କୁ ଅନ୍ୟୁନ ୪ସେଣ୍ଟ ଜମି ପ୍ରଦାନ, ଗୋପବନ୍ଧୂ ସ୍ଵାସ୍ଥ୍ୟ ବୀମା କୁ ଆଗାମୀ ଦିନରେ ଜାରୀ ରଖିବା ସହ ବୀମା ରାଶି ୧୦ଲକ୍ଷ ଟଂକା କୁ ବୃଦ୍ଧି, ସହ ଯୋଜନା ରେ ପିତା ମାତା ଙ୍କୁ ସାମିଲ କରିବା ଆଦି ଦାବି ସଂପର୍କରେ ଆଲୋଚନା କରଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦ ର ଜିଲ୍ଲା ସାମ୍ବାଦିକ ଡ ରଞ୍ଜନ କୁମାର ପ୍ରଧାନ, କାର୍ଯ୍ୟ କାରୀ ସଭାପତି ସୁନୀଲ ବିଶ୍ବାଳ, ଉପସଭାପତି ସୋନ୍ତଶ କୁମାର ଦାସ, ଅଜିତ ମହାରଣା, ସଙ୍ଗଠନ ସମ୍ପାଦକ ସୁଜିତ ବେହେରା ପ୍ରମୁଖ ଯୋଗ ଦେଇ ସଙ୍ଗଠନ କୁ ଅଧିକ କ୍ରିୟାଶୀଳ କରିବା ସହ ଲକ୍ଷ୍ୟ ହାସଲ କରିବା ଦିଗରେ ଉଦ୍ୟମ ଜାରୀ ରଖିବା ପାଇଁ ମତ ଦେଇ ଥିଲେ l ପ୍ରତି ବ୍ଲକ କୋର୍ଡିନେଟର ସେମାନଙ୍କ ବ୍ଲକ ଅନ୍ତର୍ଗତ କାର୍ଯ୍ୟରତ ଅଭିଜ୍ଞ ସାମ୍ବାଦିକ ଙ୍କ ତାଲିକା ପଠାଇଲା ପରେ ଚଳିତ ମାସ ୨୩ରେ ଫୁଲବାଣୀ ଠାରେ ସାମ୍ବାଦିକ ଙ୍କ ଦାବୀ ସଂପର୍କରେ ଆଲୋଚନା କରାଯିବl ପରେ ଜିଲାପାଳ ଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀ ଓ ରାଜ୍ୟପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା l ସଙ୍ଗଠନ ସମ୍ପାଦକ ସୁଜିତ କୁମାର ବେହେରା ଧନ୍ୟ ବାଦ ଅର୍ପଣ କରିଥିଲେ l ଜିଲାର ଫିରିଙ୍ଗିଆ, ଗୋ ଛା ପଡା, କୋଟଗଡ, ତୁମୁଡି ବନ୍ଧ,ବାଲିଗୁଡ଼ା, ଜି ଉଦୟଗିରି, କ ନୂଆଗାଁ, ଚକାପାଦ, ରାଇକିଆ , ଖଜୁରିପଡା ବ୍ଲକ୍ କୋ ଅର୍ଡି ନେଟ ର ଙ୍କ ସମେତ ବହୁ ବରିଷ୍ଠ ସାମ୍ବାଦିକ ଅଶୋକ ମହାନ୍ତି, ଶିବ ବିଶ୍ବାଳ, ତ୍ରିନାଥ ସାହୁ, ସୂର୍ଯ୍ୟ ନାରାୟଣ ବେହେରା ବାଦ୍ୟ ନାଥ ବେହେରା ପ୍ରମୁଖ ଯୋଗ ଦେଇଥିଲେ l

