ଫୁଲବାଣୀ,୧୧/୦୬,(ସୁନୀଲ ପଟନାୟକ):ରାଜ୍ୟ ସରକାରଙ୍କ ଶ୍ରୀ ଅନ୍ନ ଅଭିଯାନ ଅଧୀନରେ କୋଟଗଡ଼ କୃଷି ବିଭାଗ ପକ୍ଷରୁ ଆଜି କୃଷି କାର୍ଯ୍ୟାଳୟ, କୋଟଗଡ଼ ଠାରେ ନିର୍ମାଣ ଅନୁଷ୍ଠାନ ର ସହଯୋଗ ରେ ଏକ ବିହନ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଦୁର୍ଗାପଙ୍ଗା ପଞ୍ଚାୟତ ଅଧୀନସ୍ଥ ଅନୁନ୍ନତ ଅଞ୍ଚଳ କାଣିବାରୁ ଗ୍ରାମର ପ୍ରାୟ ୩୦ଟି ଚାଷୀ ପରିବାର ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ପ୍ରକାଶ କରି କୃଷି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେମାନଙ୍କୁ ଉନ୍ନତମାନର ମାଣ୍ଡିଆ ବିହନ ବଣ୍ଟନ କରାଯାଇଥିଲା।ଏହି ଅବସରରେ କୃଷି ଅଧିକାରୀ ଅଭିମନ୍ୟୁ ସ୍ୱାଇଁ, ସହକାରୀ କୃଷି ଅଧିକାରୀ ଜିତେନ୍ଦ୍ର ପରି ଓ କୃଷି ଅଭରସୋର ଗଜେନ୍ଦ୍ର ସାହୁ ଉପସ୍ଥିତ ରହି ଚାଷୀମାନଙ୍କୁ ମାଣ୍ଡିଆ ଚାଷର ବୈଜ୍ଞାନିକ ପଦ୍ଧତି, ଉତ୍ପାଦନ ବୃଦ୍ଧିର ଉପାୟ ଏବଂ ଏହାର ପୌଷ୍ଟିକ ଓ ଆର୍ଥିକ ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ।ନିର୍ମାଣ ଅନୁଷ୍ଠାନର ସଂଯୋଜକ ରବୀନ୍ଦ୍ର କରକାରିଆ ଏବଂ ବିଜୟ କୁମାର ଗିରୀ ଉପସ୍ଥିତ ରହି ଚାଷୀମାନଙ୍କୁ ମାଣ୍ଡିଆ ଚାଷ ପ୍ରତି ଅଧିକ ଉତ୍ସାହିତ କରିବା ସହ ସରକାରୀ ଯୋଜନାର ସୁଯୋଗ ନେବାକୁ ଆହ୍ୱାନ ଦେଇଥିଲେ।କୃଷି ବିଭାଗର ଏହି ପଦକ୍ଷେପ ଦ୍ୱାରା ଅନୁନ୍ନତ ଅଞ୍ଚଳର ଚାଷୀମାନେ ପୌଷ୍ଟିକ ଶସ୍ୟ ମାଣ୍ଡିଆ ଚାଷ ମାଧ୍ୟମରେ ଆର୍ଥିକ ଭାବେ ସଶକ୍ତ ହେବା ସହିତ ସ୍ୱାସ୍ଥ୍ୟକର ଖାଦ୍ୟ ଉତ୍ପାଦନରେ ମଧ୍ୟ ସହାୟକ ହେବେ ବୋଲି ଆଶା ପ୍ରକାଶ ପାଇଛି। ବିହନ ବଣ୍ଟନ କାର୍ଯ୍ୟକ୍ରମରେ ଚାଷୀମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ପରିଲକ୍ଷିତ ହୋଇ ଥିଲା l

