ଫୁଲବାଣୀ,୨୭/୦୪,(ସୁନୀଲ ପଟ୍ଟନାୟକ):ଫୁଲବାଣୀ ସହରରେ ଏବେ ତାପ ମାତ୍ରା ୪୦ ଟପିଲାଣି l ପ୍ରବଳ ଖରା ରେ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି l ମ୍ୟୁନିସିପାଲଟି ତରଫରୁ ମଧ୍ଯ ପାନୀୟ ଜଳ ବ୍ୟବସ୍ଥା ଆରମ୍ଭ ହୋଇନଥିବାରୁ ଏହାକୁ ଦୃଷ୍ଟି ରେ ରଖି କନ୍ଧମାଳ ଏସପି ହରିଶ ବିଶୀ ଙ୍କ ନିର୍ଦେଶ ଓ ବ୍ୟକ୍ତିଗତ ଆଗ୍ରହ ଓ ନିଷ୍ଠାପର ଉଦ୍ୟମ ଫଳରେ ସହର ର ମlଦି କୁନ୍ଦା ଛକ ଠାରେ ଆରମ୍ଭ ହୋଇଛି ଜଳ ସେବା କେନ୍ଦ୍ର l ଏହାକୁ ନିଜେ ଏସପି ହରିଶ ବିଶି ଉଦଘାଟନ କରିବା ସହ ଲୋକଙ୍କୁ ପାନୀୟ ଜଳ ବାଣ୍ଟିଥିଲେ l ଏହି ଜଳ ସେବା କେନ୍ଦ୍ର ମେ ମାସ ଶେଷ ପର୍ଯ୍ୟନ୍ତ ଚାଲିବ l ଏବେ ଫୁଲବାଣୀ ରେ ମା ନାରାୟଣୀ ଯାତ୍ରା ଚାଲିଥିବାରୁ ପ୍ରବଳ ଜନ ସମାଗମ ହେଉଛି l ଲୋକେ ପାଣି ପିଇବା ପାଈଁ ବିକଳ୍ପ ବ୍ୟବସ୍ଥା ନଥିବା ବେଳେ ଏହି ଥଣ୍ଡା ଓ ସ୍ୱଚ୍ଛ ଜଳ ସେବା କେନ୍ଦ୍ର ଲୋକୋଙ୍କ ଉପକାର ରେ ଆସିବା ସହ ଜିବନ ବଞ୍ଚାଇବ ବୋଲି ଏସପି ବିଶି କହିଛନ୍ତି l ଉଦଘାଟନୀ ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ ଆର୍ ଆଇ ବୀର ସିଂ ଶବର ଓ ଅନ୍ୟ ପୋଲିସ୍ ଅଫିସର୍ ଉପସ୍ଥିତ ଥିଲେ l ଏସପି ବିଶି ଙ୍କ ଏଭଳି ଜନ ହିତକର କାର୍ଯ୍ୟ କୂ ସଧାରଣ ରେ ବେଶ ପ୍ରଶଂସା କରଯାଇଛି l

