ଫୁଲବାଣୀ,୩୦/୦୬( ସୁନୀଲ ପଟ୍ଟନାୟକ):କଂଧମାଳ ରେ ପୁଣି ଦାଦନ ଦୁଃଖ l କାମ ଧନ୍ଦା ଅଭାବରୁ ସୁଦୂର ଦାଦନ ଖଟିବାକୁ ଯାଇ ଦାରିଂବାଡ଼ି ବ୍ଲକ ଆଡ଼ିଭଙ୍ଗl ଗ୍ରାମର ସିଲନ ନାୟକ ଙ୍କ ମୃତ୍ୟୁ ଘଟିଛି l ପରିବାର ଲୋକ ଙ୍କ ମୁହଁ ରେ ଦୁଇ ଓଳି ଦୁଇ ମୁଠା ଦାନା ଦେବା ପାଇଁ ଦାଦନ ଖଟିବାକୁ ଭେଣ୍ଡିଆ ପୁଅ ସିଲାନ କେରଳ ଯାଇ ଶେଷରେ ଶବ ହୋଇ ଫେରିଲା l ପୁଅର ଅକାଳ ମୃତ୍ୟୁ ରେ ପରିବାର ଲୋକେ ଦୁଃଖ ରେ ଭାଙ୍ଗି ପଡିଛନ୍ତି l ସିଲାନ ପାଲା କlଡl ଜିଲ୍ଳାର ଏକ ହୋଟେଲ ରେ କାମ କରୁଥିଲା l ତେବେ ସେ ଖାଇ ପିଇ ରାତିରେ ଶୋଇଥିଲା ହେଲେ ସକାଳୁ ନ ଉଠିବା ରୁ ସାଙ୍ଗ ମାନେ ତାକୁ ମେଡିକାଲ୍ ନେଇଥିଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଶିଲାନ ର ସ୍ତ୍ରୀ ଓ ୩ବର୍ଷ ର ଛୁଆ ଦାରିଂବାଡ଼ି ବ୍ଲକ ଆଡି ଭଙ୍ଗା ଗ୍ରାମ ରେ ରହୁଛନ୍ତି l ଶବ ବ୍ୟବଚ୍ଛେଦ ପରେ ସିଲାନ୍ ର ମୃତ ଦେହ କୁ ସାଙ୍ଗ ମାନେ ଗ୍ରାମ କୁ ଆଣିବା ପରେ ଗ୍ରାମ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଦାବୀ ହେଉଛି l

