କରଞ୍ଜିଆ,୪/୬(ରିଙ୍କୁ ବାବୁ):କରଞ୍ଜିଆ ଅବକାରୀ ବିଭାଗର କରଞ୍ଜିଆ ର ବିଭିନ୍ନ ଅଞ୍ଚଳ ରେ ଚଢାଉ କରି ୧୧୦ ଲିଟର ମହୁଲି ମଦ ଓ ୩ ଲିଟର ଦେଶୀ ମଦ ଜବତ କରିବା ସହିତ ୩ ଜଣ ଙ୍କୁ ଜେଲ ହାଜତ କୁ ପଠାଇଛି ଓ ଜଣ କୁ ଜିମା ରେ ଛାଡିଛି।କରଞ୍ଜିଆ ଅବକାରୀ ଇନିସ୍ପେକ୍ଟର ଜୟନ୍ତୀ ଆଚାର୍ଯ୍ୟ ଓ ଓ଼ଆଇସି ରଶ୍ମିରଂଜନ ନାୟକ ଙ୍କ ନେତୃତ୍ୱ ଓ ଅନ୍ୟ କର୍ମଚାରୀ ଙ୍କ ଉପସ୍ଥିତି ରେ କରଞ୍ଜିଆ ବ୍ଲକ ମଲ୍ଲ।ରପଦା ଗ୍ରାମ ରେ ଚଢାଉ କରି ଉମାକାନ୍ତ ମହାନ୍ତ ପାଖରୁ ୪୦ ଲିଟର ମହୁଲି ଜବତ, ଗିଧିବାସ ଗ୍ରାମ ର ଅନ।ମ ହେମ୍ବ୍ରମ ପାଖରୁ ୪୦ ଲିଟର ମହୁଲି ମଦ ଜବତ ତାଟ ଗ୍ରାମ ର ଗଙ୍ଗା ସାଗର ଗଣ୍ଡ ପାଖରୁ ୩୦ ଲିଟର ମହୁଲି ମଦ ଜବତ କରିବା ସହିତ ଗିରଫ କରି ୩ ଜଣ କୁ ଜେଲ ହାଜତ କୁ ପଠାଇଛି। ସେହିପରି କରଞ୍ଜିଆ ଏନ୍ ଏ ସି ୧୨ ନମ୍ବର ୱାର୍ଡ ର ଅନନ୍ତ ସାହୁ ପାଖରୁ ୩ ଲିଟର ବିଦେଶୀ ମଦ ଜବତ କରିବା ସହିତ ଅବକାରୀ ଥାନା ରେ ଅଟକ ରଖି ବେଲ ରେ ଛାଡ଼ିଛି। ଅନ୍ୟ ଏକ କେଶ୍ ରେ ଯଶିପୁର ପୋଲିସ୍ ର ସହାୟତା ରେ ଯଶିପୁର ଥାନା ଅଂଚଳ ର ମାଛକାନ୍ଦଣା ଘାଟି ପାଖ ପାହାଡ଼ ନିକଟ ନିକଟ ରେ ଚଢାଉ କରି ୪୭୦୦ କିଲୋ ମହୁଲ ପୋଚ, ୩୦୦ଲିଟର ମହୁଲି ମଦ ଜବତ କରୁ ନଷ୍ଟ କରିଥିବା ଅବକାରୀ ଇନ୍ସପେକ୍ଟର ଜୟନ୍ତୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

