ଫୁଲବାଣୀ ୦୯।୦୮(ସୁନୀଲ ପଟନାୟକ):ରବିବାର କନ୍ଧମାଳ ଜିଲ୍ଲା ଅର୍ନ୍ତଗତ ଟିକାବାଲି ଥାନା ଅଧୀନ ଆରା ବାକା ଗ୍ରାମ ନିକଟ ରେ ଏକ ଦୃତ ଗତିରେ ଆସୁଥିବା କାର ଭାର ସାମ୍ୟ ହରାଇ ଓଲଟିପଡ଼ିବା ଫଳରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ l ରାଉରକେଲା ରୁ ଭଞ୍ଜନଗର ଅଭିମୁଖେ ଗୋଟିଏ ପରିବାରର ୪ଜଣ ଯାଉଥିଲେ l ପୁଅ କାର ଟି ଦୃତ ଗତିରେ ଚଲାଉ ଥିବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା କୁହାଯାଇଛି l ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ସ୍ଥାନୀୟ ଲୋକେ ଆହାତ ମାନଙ୍କୁ ଉଦ୍ଧାର କରିବା ସହ କାର କୁ ରାସ୍ତାରୁ ହଟା ଇଥିଲେ l

