କରଞ୍ଜିଆ,୨୧/୫,(ରିଙ୍କୁ ବାବୁ):ଶନିବାର ରାତ୍ରୀ ରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ମଧ୍ୟ ରାତ୍ରିରେ ପ୍ରବଳ ପବନ ବହିବା ସହିତ ବିଜୁଳି ଘଡ଼ଘଡି ଓ ବର୍ଷା ହୋଇଥିଲା । ଯାହା ଫଳରେ ସିଙ୍ଗଡ଼ା ଏବଂ ଏହାର ଆଖପାଖରେ ଅନେକ ଗଛ ଉପୁଡି ପଡିଥିବା ନେଇ ସୂଚନା ରହିଛି । ବିଶେଷ କରି ପି ଏମ୍ ଶ୍ରୀ ସିଙ୍ଗଡ଼ା ସରକାରୀ ଉଚ୍ଚବିଦ୍ୟାଳୟ ବାଡ ଭାଙ୍ଗିବା ସହିତ ଆଜବେଷ୍ଟ ଉଡ଼ିଯାଇଛି।ଘର ଉପରେ ଏକ ଗଛ ପଡିଥିଲା ଫଳରେ ଘର ଭାଙ୍ଗିଯାଇଥିଲା। ତେବେ ସ୍କୁଲ ଛୁଟି ଥିବାରୁ ଛାତ୍ର ଛାତ୍ରୀ ସୁରକ୍ଷିତ ଅଛନ୍ତି । ଖବର ପାଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମହେନ୍ଦ୍ର ନାଥ ନାଏକ ସ୍କୁଲକୁ ଯାଇଥିଲେ ଓ ଘଟଣା ର ସ୍ଥିତି ଅନୁଧ୍ୟାନ କରି ଉଚ୍ଚ କତୃପକ୍ଷ ଙ୍କୁ ଅବଗତ କରିଥିଲେ। କାଳ ବୈଶାଖୀ ଯୋଗୁ ପ୍ରଭାବିତ ବିଦ୍ୟାଳୟ କୁ ଶୀଘ୍ର ସହାୟତା ଦେଇ ସ୍କୁଲ ଖୋଲିବା ଆଗରୁ ମାରମୋ ତି ପାଇଁ ଦାବି ରଖିଛନ୍ତି।

