ଫୁଲବାଣୀ,୬।୦୮(ସୁନୀଲ ପଟନାୟକ):କିଶୋରୀ ଗର୍ଭ ଧାରଣ କୁ ରୋକିବା ଏବଂ ସେମାନଙ୍କୁ ଶିକ୍ଷା ଓ ସ୍ଵାସ୍ଥ୍ୟ ଅଧିକାର ପ୍ରତି ସଚେତନ କରାଇବା ପାଇଁ ଗୁରୁବାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଏକ ଦିନିକିଆ କିଶୋରୀ ଗର୍ଭ ଧାରଣ ନିବାରଣ ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ରଶ୍ମିତା କରନ୍ ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବର୍ଣ୍ଣନା କରିଥିଲେ l ମୁଖ୍ୟ ଅତିଥି ଭାବେ କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ ଯୋଗ ଦେଇ ୧୮ବର୍ଷ ପୁର୍ବରୁ ଗର୍ଭ ଧାରଣ କଲେ ଏହା ସ୍ଵାସ୍ଥ୍ୟ ଉପରେ ପ୍ରଭାବ ପକାଇବା ସହ ଏକ ଅପରାଧ ମଧ୍ୟ ବୋଲି କହିଥିଲେ l ସମ୍ମାନୀତ ଅତିଥି ତଥା ତାଲିମ ଦାତା ଭାବେ ରାଜ୍ୟ ଶିଶୁ ସୁରକ୍ଷା କାର୍ଯ୍ୟ କ୍ରମ ପରିଚାଳକ ପ୍ରିତୀ କାନ୍ତ ପଣ୍ଡା ଯୋଗ ଦେଇ କିଶୋରୀ ଗର୍ଭ ଧାରଣରୁ ଦୂରେଇ ରହିବା କୁ ପରାମର୍ଶ ଦେବା ସହ ପୋକ ସୋ ଆଇନ ସଂପର୍କରେ ବର୍ଣ୍ଣନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେମୁଖ୍ୟ ଚିକିତ୍ସାଳୟ ର ଅତିରିକ୍ତ ଚିକିତ୍ସା ଅଧିକାରୀଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ସୁଧୀର ସାହୂ, ତ୍ରିଲୋଚନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ l

