ବେଲଗୁଣ୍ଠା,0୬/0୮(ଶିବରାମ ଚୌଧୁରୀ):ଗାଙ୍ଗପୁର ତଥା ପାଖାପାଖି ଅଞ୍ଚଳର କୋମଳମତି ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ୩୨ ବର୍ଷ ତଳେ ଗାଙ୍ଗପୁରରେ ପ୍ରତିଷ୍ଠା ହୋଇଥିଲା ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ I ଆଜି ଏହି ପ୍ରତିଷ୍ଠାନର ୩୨ ତମ ପ୍ରତିଷ୍ଠାନ ଦିବସ ପାଳିତ ହୋଇଯିବା ସହିତ ଅନୁଷ୍ଠାନ ୩୩ ବର୍ଷରେ ପଦାର୍ପଣ କରିଛି I ଗତ ୩୨ବର୍ଷ ମଧ୍ୟରେ ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ବହୁ ଛାତ୍ରଛାତ୍ରୀ ଆଇଆଇଟି, ମେଡ଼ିକାଲ, ପୋଲିସ୍, ଶିକ୍ଷକତା, ରାଜସ୍ୱ ବିଭାଗ,ସେନା ବିଭାଗ, ବ୍ୟବସାୟ ଆଦି କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିଛନ୍ତି I ଆଜି ଅନୁଷ୍ଠାନ ସଭାପତି ତଥା ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ କାର୍ଯ୍ୟକ୍ରମରେ ଉଦ୍ଘାଟକ ରୂପେ ଯୋଗ ଦେଇ ପତାକା ଉତ୍ତୋଳନ କରି ପ୍ରତିଷ୍ଠା ଉତ୍ସବକୁ ଉଦ୍ଘାଟନ କରିଥିଲେ I ଆଜିର କାର୍ଯ୍ୟକ୍ରମରେ ଅନୁଷ୍ଠାନ ସମ୍ପାଦକ ସୀମାଞ୍ଚଳ ପୃଷ୍ଟି,ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଷୋୟୀ,ଗାଙ୍ଗପୁର ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଶଙ୍କର୍ଷଣ ବିଷୋୟୀ, ପୂର୍ବତନ ସଭାପତି ନିତ୍ୟାନନ୍ଦ ବିଷୋୟୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସନ୍ତୋଷ କୁମାର ବିଷୋୟୀ, ଯୁବ ସମାଜସେବୀ ଅଶୋକ କୁମାର ଗୌଡ଼, ପଦ୍ମ ଚରଣ ବିଷୋୟୀ, ରଙ୍କନିଧି ବିଷୋୟୀ, ରତ୍ନାକର ନାୟକ ପ୍ରମୁଖ ଉପସ୍ଥିତ ରହି ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟିର ପୂର୍ଣ୍ଣ ସହଯୋଗରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଥିବା ବେଳେ ଆଗାମୀ ଦିନରେ ଏହି ଅନୁ୍ଷ୍ଠାନକୁ ରାଜ୍ୟର ଏକ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଭାବେ ଗଢି ତୋଳିବାକୁ ଆଲୋଚନା କରିଥିଲେ I ଏହି ଅବସରରେ ଅତିଥିଙ୍କ ଦ୍ଵାରା ବିଦ୍ୟାଳୟ ପରିସରରେ ଚାରା ରୋପଣ କରାଯାଇଥିଲା। ଅନୁଷ୍ଠାନ ସମ୍ପାଦକ ସୀମାଞ୍ଚଳ ପୃଷ୍ଟି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମରେ ଅନୁଷ୍ଠାନ ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀ, ସହ ପ୍ରଧାନ ଆଚାର୍ଯ୍ୟ ପବିତ୍ର ମୋହନ ବିଷୋୟୀ,ଶିକ୍ଷକ ମିଥୁନ୍ ନାୟକ,ବିଶ୍ୱ ରଞ୍ଜନ ସେଠୀ,ଶେଷଦେବ ପାଢୀଙ୍କ ସମେତ ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ I

