ଫୁଲବାଣୀ,୧୯/୦୫,(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ର ତୁମୁଡିବନ୍ଧ ଓ କୋଟଗଡ଼ ବ୍ଲକ ର କେତେକ ଅଞ୍ଚଳ ରେ ବସବାସ କରୁଥିବା କୁଟିଆ କନ୍ଧ ଙ୍କର ଉନ୍ନତି ପାଇଁକେନ୍ଦ୍ର ସରକାର ୧୯୮୧ – ୧୯୮୨ ରେ କୁଟିଆ କନ୍ଧ ଡେଭଲପମେଣ୍ଟ ଏଜେନ୍ସି (କେ କେ ଡି ଏ ) ଗଠନ କରିଥିଲେl ଓ ବେଲଘରଠାରେ ଯୋଜନା କାର୍ଯ୍ୟ କାରୀ କରିବା ପାଇଁ ଏକ କର୍ଯ୍ୟlଳୟ ଖୋଲା ଯାଇଥିଲା ଆଉ ତା ପରଠାରୁ ବାର୍ଷିକ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଗଲା ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଉନ୍ନତି ପାଇଁ l ତେବେ ଫଳ ଶୁନ l ଦୀର୍ଘ ବର୍ଷ ମଧ୍ୟରେ କୁଟିଆ ମାନେ କଥା କହିବାର ଶିଖିଲେ ଓ ଲୁଗା ପିନ୍ଧିବାର ଶିଖିଲେ ବୋଲି ତତ୍କାଳୀନ କେ କେ ଡି ଏ ପ୍ରକଳ୍ପ ଅଧିକାରୀ ପ୍ରଭାକର ପ୍ରଧାନ ଙ୍କୁ ପଚାରିବାରେ କହିଥିଲେ ଯାହା ସମସ୍ତଙ୍କୁ ଆଶ୍ଚରଜ୍ୱାନିତ୍ୱ କରିଥିଲା! ଦୀର୍ଘ ୪୫ ବର୍ଷ ମଧ୍ୟରେ ବି କୁଟିଆ କନ୍ଧଙ୍କର ଉନ୍ନତି ହୋଇ ନାହିଁ! ତୁମୁଡିବନ୍ଧ ବ୍ଲକ ରୁ ଜଣେକୁଟିଆ କନ୍ଧ ବିଧାୟକ ହୋଇଥିଲେ ବି ସେମାନଙ୍କ ଉନ୍ନତି ପରିଲକ୍ଷିତ ହୋଇନଥିଲl l ଏବେବି ପାନୀୟ ଜଳ ମିଳୁ ନାହିଁ!ଗମନା ଗମନ, ସ୍ୱାସ୍ଥ୍ୟ ,କୃଷି ଓ ଶିକ୍ଷା ରେ ଉନ୍ନତି ହୋଇନାହିଁ!କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି କିନ୍ତୁ ଵିକାଶ ଶୂନ ରହିଁଛି!ବେଲଘର ଗ୍ରାମ ପଞ୍ଚାୟତର ୩୮ ଗାଁ ର ଵିକାଶ ୪୫ ବର୍ଷ ଧରି ହୋଇ ପାରିନାହିଁ!ସରକାରୀ ଅନୁଦାନ ବାଟ ମାରଣା ହୋଇଥିବା ସନ୍ଦେହ ଘନିଭୁତ ହୋଇଛି!ଶିକ୍ଷାର ଅଧପତନ ହେଇଛି! କେ ଉଁ ଠି ସ୍କୁଲ ଘର ଅଛି ତ ଶିକ୍ଷକ ନାହାଁନ୍ତି ଓ ଯେଉଁଠି ଶିକ୍ଷକ ଅଛନ୍ତି ସ୍କୁଲ ଘର ନାହିଁ! ସ୍କୁଲ୍ ଯିବା ପରିବର୍ତ୍ତେ ପରିବର୍ତ୍ତେ ପିଲା ଜଙ୍ଗଲକୁ ଯାଉଛନ୍ତି ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିବାକୁ! ଛୋଟ ଛୋଟ ପିଲାଙ୍କୁ ପୃଷ୍ଟି କର ଖାଦ୍ୟ ମିଳୁନାହିଁ! ପାଞ୍ଚଟି ଗ୍ରାମ କୁ ରାସ୍ତା ନାହିଁ! ହିତାଧିକାରୀ ଙ୍କୁ ଭତ୍ତା ଗଣ୍ଡlକ ବି ମିଳୁନି l ସ୍ଥାୟୀ ପକ୍କା ରାସ୍ତା ନଥିବା ରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରୁ ନାହିଁ ଅନେକ ଗ୍ରାମ କୁ l ବାଇକ ଆମ୍ବୁଲାନ୍ସ ସେବା ଦୁଇ ବର୍ଷ ଧରି ଠପ ହୋଇଯାଇଛି!ଡାକ୍ତର ଚିକତ୍ସା ସାତ ସପନ! ଚିକିତ୍ସା ପାଇଁ ଲୋକେ ଭିଲେଜ କ୍ୱାକ ଓ ଘରୋଇ ଚିକିତ୍ସା କରି ଜୀବନ ହରାଉଛନ୍ତି!ପାନୀୟ ଜଳ ଯୋଗାଣ ନାହିଁ! ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ କୁଆଡ଼େ ତୁମୁଡିବନ୍ଧ ରେ ନ ରହି ବାଲିଗୁଡାରେ ରହୁଛନ୍ତି!ଆରଡ଼ି ବିଭାଗ ର ନିଘା ନାହିଁ ପାଦ ଚଲା ରାସ୍ତା ବି ନାହିଁ!ଏକ ଓଭର ହେଡ଼ ପାଣି ଟାଙ୍କି ରହିଁଛି!ପାଣି ପାଇପ ନିମ୍ନ ମାନର ହୋଇଥିବାରୁ ଫାଟି ଗଲାଣି! ନିୟମିତପାଣି ସ ପ୍ଲାଇ ହେଉ ନାହିଁ l ଲୋକେ କାମ ଧନ୍ଦା ପାଉନାହାନ୍ତି l ମନରେଗା ଯୋଜନା ରେ ଲୋକଙ୍କୁ କାମମିଳୁ ନାହିଁ! ଜବ କାର୍ଡଧାରୀ ଥିଲେ ମଧ୍ୟ ସେମାନଙ୍କ ନାମରେ କାମ କରି ଅନ୍ୟମାନେ ବିଲ ଉଠଉଛନ୍ତିକୁଆଡ଼େ!୮୦ ବର୍ଷ ଙ୍କୁ ବର୍ଦ୍ଧିତ ଭତ୍ତା ମଧ୍ଯ ମିଳୁ ନାହିଁ!. କୁଟିଆ କନ୍ଧଙ୍କର ଜୀବନ ଦୁର୍ବିସହ ହୋଇ ପଡିଛିl ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଦୁର୍ନିତୀ ରେ ସମ୍ପୃକ୍ତ ଥିବା ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସାଧାରଣରେ ଦାବୀ ହେଉଛି l

