ଭଞ୍ଜନଗର,୩୧/୩(ନିଲୁ ବିଷୋୟୀ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ କାର୍ଯ୍ୟରତ ପ୍ରୟୋଗ ଶାଳା କର୍ମଚାରୀ ଟୁନା ଜେନାଙ୍କୁ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା କଲେଜ ପକ୍ଷରୁ ପ୍ରଦାନ କରାଯାଇଛି। ଅଧ୍ୟକ୍ଷ ବିଭାସ ଦାସଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଶୈକ୍ଷିକ ପରିଷଦ ସମ୍ପାଦକ ପ୍ରାଧ୍ୟାପକ ହର ପ୍ରସାଦ ଶତପଥୀ,ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଶାନ୍ତ କୁମାର ରଥ,ରବୀନ୍ଦ୍ର କୁମାର ମିଶ୍ର ଅତିଥି ଭାବେ ମଞ୍ଚାସୀନ ରହିଥିଲେ। ଅତିଥି,କଲେଜର ଅଧ୍ୟାପକ ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ମାନେ ତାଙ୍କ କର୍ମମୟ ଜୀବନ ସଂର୍ପକରେ କହିଥିଲେ। ଶ୍ରୀ ଜେନା ୧୯୯୬ ମସିହାରୁ ଏହି କଲେଜରେ କର୍ମମୟ ଜୀବନ ଆରମ୍ଭ କରିଥିବା ବେଳେ ଆଜି ଅବସର ନେଇଛନ୍ତି। ଦୀର୍ଘ ୩୦ ବର୍ଷ ଧରି କଲେଜରେ କାର୍ଯ୍ୟ କରି ଅବସର ନେଇଥିଲେ ମଧ୍ୟ ନିୟମିତ ହୋଇ ନାହାନ୍ତି। ଯାହାକି ସମସ୍ତଙ୍କୁ ବ୍ୟଥିତ କରିଥିଲା। ଚାକିରୀର ୨୭ ବର୍ଷ ପର୍ଯ୍ୟନ୍ତ ସେ ୨ହଜାରରୁ କମ ଟଙ୍କାରେ ପରିବାର ଚଳାଇଥିଲେ। ଜଣେ ସ୍ପଷ୍ଟବାଦୀ କର୍ମଚାରୀ ଭାବେ ସ୍ପଳ୍ପ ଦରମାରେ ମଧ୍ୟ ସେ ଦକ୍ଷତାର ସହ ନିଜ କାର୍ଯ୍ୟ ସମ୍ପାଦନା କରିଥିବା ବକ୍ତା ମାନେ କହିଥିବା ବେଳେ ଆଗାମୀ ଦିନରେ କଲେଜ ପକ୍ଷରୁ ଯାହା ସହଯୋଗ ଲୋଡା ଯୋଗାଇ ଦେବାକୁ ଅଧ୍ୟକ୍ଷ ଶ୍ରୀ ଦାସ କହିଥିଲେ। ଏଥିସହ ତାଙ୍କୁ କଲେଜ ପକ୍ଷରୁ ଅଧ୍ୟକ୍ଷ ଓ ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଅଧ୍ୟାପକ ସୁନୀତା ରାଣୀ ଖଣ୍ଡୁଆଳ,ସୁନାମ ପାତ୍ର,ଦିଗନ୍ତ ଜେନା,ସନାତନ ବେହେରା,ରାଜଲକ୍ଷ୍ମୀ ରଥ,ରୋଜାଲିନ ମହାରଣା,ବାବୁଲା ପ୍ରଧାନ,ଅଜିତ ସାହୁ,ଦାମୋଦର ରଥ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।

