ଫୁଲବାଣୀ,୩୧/୦୫,(ସୁନୀଲ ପଟ୍ଟନାୟକ):ସରକାର ୬୦ବର୍ଷ ରୁ ଉର୍ଦ୍ଧ୍ବ ବୃଦ୍ଧ ବୃଦ୍ଧା ଙ୍କ ଜୀବନ ଶୈଳୀ ରେ ସୁଧାର ଆଣିବା ପାଇଁ ବାର୍ଦ୍ଧକ୍ୟ ଭତା ପ୍ରଦାନ କରୁଛନ୍ତି l ହେଲେ କେନ୍ଦ୍ର ସରକାର ଅର୍ଥ ଅନୁଦାନ ନ ଦେବା ଫଳରେ ଗତ ଦୁଇ ମାସ ହେଲାଣି କନ୍ଧମାଳ ଜିଲ୍ଳାର ୩୩ହଜାର ୧୯୯ଜଣ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇ ଛନ୍ତି l ଏହି ଗରୀବ ହିତାଧିକାରୀ ମାନେ କେନ୍ଦ୍ରୀୟ ଯୋଜନା ରେ ଭତ୍ତା ପାଉଥିଲେ l ଅନୁଦାନ ନ ମିଳିବାରୁ ଭତ୍ତା ମିଳୁନି ସେମାନଙ୍କୁ l କନ୍ଧମାଳ ଜିଲ୍ଲାରେ ମୋଟ୍ ୮୩ହଜାର ୯୭୮ଜଣ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି l ସେଥି ମଧ୍ୟରେ ୪୩ହଜାର ୧୦୫ଜଣ ବାର୍ଦ୍ଧକ୍ୟ ଭତ୍ତା, ୧୬ହଜାର ୧୪୩ବିଧବା ଭତ୍ତା, ୧୦ହଜାର ୪୫୨ଜଣ ଭିନ୍ନ କ୍ଷମ ଭତ୍ତା ପାଉଥିବାବେଳେ ୩ହଜାର ୭୬୫ଜଣ ଅବିବାହିତ ମହିଳା ଭତ୍ତା ପାଉଛନ୍ତି l ସେହିପରି ୮୦ବର୍ଷ ରୁ ଉର୍ଦ୍ଧ୍ବ ୨ହଜାର ୯୭୦ଜଣ ସ୍ଵତନ୍ତ୍ର ଭତ୍ତା ପାଉଛନ୍ତି l ତେବେ ରାଜ୍ୟ ସରକାର ଙ୍କ ଅନୁଦାନ ରେ ଭତ୍ତା ପାଉଥିବା ହିତାଧିକାରୀ ମାନେ ନିୟମିତ ଭାବେ ଭତ୍ତା ପାଉଥିବା ବେଳେ କେନ୍ଦ୍ର ସରକାର ଙ୍କ ଅନୁଦାନ ଅର୍ଥ ରେ ଭତ୍ତା ପାଉଥିବା ଜିଲ୍ଲାର ୩୩ହଜାର ୧୯୯ଜଣ ଦୁଇମାସ ହେଲା ଭତ୍ତା ପାଇବାରୁ ବଞ୍ଚିତ ହୋଇ ଛନ୍ତି l ଫଳରେ ସେମାନଙ୍କ ଚଳିବାରେ ଅସୁବିଧା ସୃଷ୍ଟି ହୋଇଛି l ତେବେ କିଛି ଗୋଟାଏ ସମସ୍ୟା ସୃଷ୍ଟି ହୋଇଥିବା ରୁ କେନ୍ଦ୍ରୀୟ ଅନୁଦାନ ମିଳିବାରେ ବିଳମ୍ୱ ହୋଇଛି ଏ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଅବଗତ ଅଛନ୍ତି ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି ପଦ୍ମl କହିଛନ୍ତି l ଅତିଶିଘ୍ର ସଂପୃକ୍ତ ହିତାଧିକାରୀ ମାନଙ୍କୁ ସେମାନଙ୍କ ପାସ ବୁକ୍ ଜରିଆରେ ଭତ୍ତା ପ୍ରଦାନ କରାଯିବ ବୋଲି ପି ପଦ୍ମା କହିଛନ୍ତି l ତୁରନ୍ତ ହିତାଧିକାରୀ ମାନଙ୍କୁ ଭତ୍ତା ଟଙ୍କା ପ୍ରଦାନ କରିବା ପାଇଁ ଦାବୀ ହେଉଛି l

