କୋଦଳା,୨୯/୦୬(ବାପୁନି ମାଲୁ):ବିଜୁ ଜନତା ଦଳର ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି ।ଗଞ୍ଜାମ ବେଗୁନିଆପଡ଼ା ବ୍ଲକର କେ ବରିଡ଼ା ଗ୍ରାମରେ ବିଜେଡିର ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି ।ପୂର୍ବତନ କୋଦଳା ନଗରପାଳିକା ସୁନୀତାପ୍ରଭା ସାହୁଙ୍କ ନେତୃତ୍ବରେ ଶତାଧିକ ମହିଳା ମାନେ ଉପସ୍ଥିତ ରହି ଆଗାମୀ ଦିନରେ କିଭଳି ଉକ୍ତ ପଞ୍ଚାୟତରେ ବିଜୁ ଜନତା ଦଳକୁ ସଶକ୍ତ କରାଇବେ ସେ ନେଇ ଆଲୋଚନା ହୋଇଥିଲା। ଏଥି ସହିତ ରାଜ୍ୟ ସରକାରଙ୍କ ଜନମାରଣ ନୀତିକୁ କଡା ସମାଲୋଚନା କରାଯାଇଛି। ବୃଦ୍ଧ ବୃଦ୍ଧାଙ୍କୁ ଭତ୍ତା ନମିଳିବା ନେଇ କଡା ନିନ୍ଦା କରାଯାଇଥିଲା। ୨ ବର୍ଷ ମଧ୍ୟରେ କୌଣସି ଆଖିଦୃଶିଆ ବିକାଶ ହୋଇ ପାରୁନଥିବା ନେଇ ଏଠାରେ ବହୁ ମହିଳା ଆଲୋଚନା କରିଥିଲେ।କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରାର୍ଥୀନୀ ଡଃ ରଞ୍ଜିତା ସାହୁ ଯୋଗ ଦେଇ ନବୀନଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଆହ୍ବାନ ଦେଇଥିଲେ। ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁ ଯୋଗ ଦେଇ ବିଜୁ ଜନତା ଦଳ ଏହି ବ୍ଲକରେ ସଂଗଠିତ ରହିଛି, ଆଗାମୀ ଦିନରେ ଆହୁରି ସଂଗଠିତ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏଥିରେ ବ୍ଲକ ବିଜେଡ଼ି ସଭାପତି ମହେଶ୍ବର ଭୂୟାଁ, ପୂର୍ବତନ କେ ବରିଡ଼ା ସରପଞ୍ଚ ଚିତ୍ରସେନ ନାୟକ, ପୂର୍ବତନ ବେଗୁନିଆପଡ଼ା ନାଏବ ସରପଞ୍ଚ କେ କଳ୍ପନା ପାତ୍ରଙ୍କ ସମେତ ବହୁ ସଂଖ୍ଯାରେ ମହିଳା କର୍ମକର୍ତ୍ତା ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ପ୍ରତି ପଞ୍ଚାୟତରେ ମହିଳା ମାନଙ୍କ ସମାବେଶ ଆୟୋଜିତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

