ଫୁଲବାଣୀ:ଜନବାଣୀ,୨୦/୦୬(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗl ବ୍ଲକ ଅନ୍ତର୍ଗତ ଧରାକୋଟ ପଂଚାୟତ ରେ ମ ନରେଗା ଯୋଜନା ରେ ବିଶେଷ କରି ପୋଖୋରୀ ଖନନ ଓ ରାସ୍ତା ନିର୍ମାଣ କାର୍ଯ୍ୟରେ ୩୮ଲକ୍ଷ ଟଂକା ଆତ୍ମସାତ କରା ଯାଇ ଥିବା ଅଭିଯୋଗ ରେ ପି ଇ ଓସୂତନୟନ ମହାକୁଡ ଓ ଏଡିଓକଂlଶୀ ରାମ ଦିଗାଲ ସସପେଣ୍ଡ ହୋଇଥିବା ବେଳେ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର, ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା, ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ ହେବ ସେ ନେଇ ପ୍ରଶ୍ନ ଉଠିଛି l ଏ ସମସ୍ତେ ମିଶି କୁଆଡ଼େ ୩୮ ଲକ୍ଷ ଟଙ୍କା ହେରଫେର କରିଥିବା ତଦନ୍ତ ବେଳେ ଜଣାପଡିଛି l ଧରାକୋଟ ପଂଚାୟତ ରେ ଦୁର୍ନୀତି ନେଇ ବାରଂବାର ଅଭିଯୋଗ ହେବା ପରେ ଜିଲ୍ଲା ଉନ୍ନୟନ ଅଧିକାରୀ ଓ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଶମ୍ଭୁ ନାଥ ନନ୍ଦୀ ଙ୍କ ନିର୍ଦେଶ ରେ ଏକ ବୈଷୟିକ ଟିମ୍ ଧରାକୋଟ ପଂଚାୟତ କୁ ଯାଇ ସେଠାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଥିଲେ l ତଦନ୍ତ ରେ ମ ନରେଗା ଯୋଜନାରେ କାର୍ଯ୍ୟ ନ କରି ଅର୍ଥ ହରିଲୁଟ ହୋଇଥିବା ନେଇ ଜାଣିବାକୁ ପାଇଥିଲେ l ଏ ନେଇ ବୈଷୟିକ ଟିମ୍ ଏକ ବିସ୍ତୃତ ରିପୋର୍ଟ ଜିଲାପାଳ ଙ୍କୁ ମଧ୍ଯ ପ୍ରଦାନ କରିଥିଲେ l ଜିଲାପାଳ ବେଦ ଭୂଷଣ ତଦନ୍ତ ରିପୋର୍ଟ ଆଧାରରେ ଧରାକୋଟ ପଂଚାୟତ ର ତତ୍କାଳୀନ ପଂଚାୟତ ନିର୍ବାହୀ ଅଧିକାରୀ ମହାଙ୍କୁଡ, ଏ ଡି ଓ ଦିଗାଲ ଙ୍କୁ କାର୍ଯ୍ୟ ରୁ ନିଲମ୍ବିତ କରିଥିବା ବେଳେ ଏହି ଦୁର୍ନୀତି ରେ ସମ୍ପୃକ୍ତ ଥିବା ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର, ଓ ଯନ୍ତ୍ରୀ ପ୍ରଫୁଲ ବେହେରାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କୁ କୁଆଡ଼େ ସୁପାରିସକରିଥିଲେ l ଆତ୍ମ ସାଥ କରିଥିବା ୩୮ଲକ୍ଷ ଟଂକା ୧୫ଦିନ ମଧ୍ୟରେ କର୍ମଚାରୀ ମାନଙ୍କୁ ଫେରାଇବlଲlଗି କୁହାଯାଇଥିଲେ ମଧ୍ୟ ମାସେ ପାଖାପାଖି ବିତି ଯାଇଥିଲେ ମଧ୍ୟ ସଂପୃକ୍ତ କର୍ମଚାରୀ ମାନେ ଅର୍ଥ ଫେରାଇନଥିବା ଶୁଣିବାକୁ ମିଳୁଛି l ଅର୍ଥ ପୈଠ ନ କଲେ ସେମାନଙ୍କ ସମ୍ପତ୍ତି ବ୍ୟଜ୍ୟlପ୍ତ ହେବ ବୋଲି ପ୍ରଶl ସନିକ ଅଧିକାରୀ ସୁଚନା ମଧ୍ଯ ଦିଆଯାଇଥିଲା l ତେବେ ପ୍ରଶାସନ ପକ୍ଷରୁ ଏ ଯାଏଁ କିପ୍ରକାର କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି ଜଣାପଡିନାହିଁ l ଏଥି ପୂର୍ବରୁକୋଟଗଡ ବ୍ଲକ ଦୂର୍ଗlପାଙ୍ଗା ପଂଚାୟତ ରେ ଏକ କୋଟି ଟଂକା ଆତ୍ମସାତ ଅଭିଯୋଗ ରେ ତତ୍କାଳୀନ ପଂଚାୟତ ନିର୍ବାହୀ ଅଧିକାରୀ ଜେଲ ଯାଇଛନ୍ତି l କେବଳ ଏହି ଦୁଇଟି ପଂଚାୟତ ନୁହେଁ ଏହି ବ୍ଲକ୍ ର ସମସ୍ତ ପଂଚାୟତ ରେ ଯନ୍ତ୍ରୀ ଓ ଠିକାଦାର ମିଶି ନିମ୍ନ ମାନର କାର୍ଯ୍ୟ କରି ବ୍ୟାପକ ଦୁର୍ନୀତି ଓ ଅର୍ଥ ବାଟ ମାରଣl ହୋଇଥିବା ନେଇ ଦୃଢ଼ ଅଭିଯୋଗ ହେଉଛି l ଏହି ବ୍ଲକ ଅନ୍ତର୍ଗତ ସମସ୍ତ ପଂଚାୟତ ରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ଭିଜିଲାନସ୍ ତଦନ୍ତ ଜରୁରୀ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି l

