ଖୋରଧା,୧୨।୯(କେଦାର ନାଥ ସାହୁ):ମଡେଲ୍ ଥାନା ପୋଲିସ ଖୋର୍ଦ୍ଧାସ୍ଥିତ ବିଡିଏ କଲ୍ୟାଣ ମଣ୍ଡପ ନିକଟରେ ଚଢ଼ାଉ କରି କୋରେକ୍ସ କଫ୍ ସିରପ୍ର ବେଆଇନ ବିକ୍ରୟ କରୁଥିବା ଏକ ରାକେଟ୍କୁ ଧରିବାରେ ସଫଳ ହୋଇଛି।ଚଢ଼ାଉ ସମୟରେ ୩୪୦ ବୋତଲ କୋରେକ୍ସ କଫ୍ ସିରଫ ଜବତ ହୋଇଛି ।ଯାହାର ଆନୁମାନିକ ମୂଲ୍ୟ ₹୫୧,୦୦୦/- ହେବ । ଏଥିସହିତ ବେଆଇନ କାରବାରରେ ବ୍ୟବହୃତ ହୋଇଥିବା ୧ଟି ଟାଟା ଇଣ୍ଡିଗୋ କାର୍ ଏବଂ ୨ଟି ମୋଟରସାଇକେଲ୍ ମଧ୍ୟ ଜବତ ହୋଇଛି।ଏହି ଘଟଣାରେ **ଚକ୍ରଧର ସାମନ୍ତରାୟ (୫୬)**ଙ୍କୁ ଗିରଫ କରାଯାଇ କୋର୍ଟକୁ ପଠାଯାଇଛି। ତାଙ୍କ ନିଜ ପୁଅ ସମେତ ଅନ୍ୟ ୨ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତନାଘନା ଜାରି ରହିଛି।ଏ ସଂକ୍ରାନ୍ତରେ ମଡେଲ୍ ଥାନା କେସ୍ ନଂ ୫୬୨/୨୦୨୬, ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୨୭୪/୨୭୬/୨୭୭/୩(୫) ଏବଂ ଓଡ଼ିଶା ଅବକାରୀ ଆଇନର ଧାରା ୫୨(a) ଅନୁଯାୟୀ ମାମଲା ରୁଜୁ କରାଯାଇଛି।ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ବୋଲି ଜଣାପଡିଛି।

