ପୁରୁଷୋତ୍ତମପୁର,୩୧/୩(ଶୁଭଙ୍କରୀ ଦାଶ):
ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କନକI କ୍ଲଷ୍ଟର ର କ୍ଲଷ୍ଟର ସ୍ଥାରୀୟ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଗଡସାହି ପ୍ରାଥମିକ ବିଦ୍ୟାଳୟ ଠାରେ ମାର୍ଚ୍ଚ ୩୦ ଓ ୩୧ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି।ଏଥିରେ କ୍ଲଷ୍ଟର ଅନ୍ତର୍ଗତ ୯ଟି ସରକାରୀ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେଇ ନୂତନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ।କମ୍ ଦାମ୍ ତଥା ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ସାମଗ୍ରୀ କୁ ନେଇ ଆକର୍ଷଣୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ ।

ପରବର୍ତ୍ତୀ ସମୟରେ ନିଜ ନିଜ ବିଦ୍ୟାଳୟ ରେ ଏହି ଭଳି ଅନେକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ପିଲାଙ୍କୁ ଶିକ୍ଷାଦାନ କରିବେ। ଓସେପା ନିର୍ଦ୍ଦେଶାବଳୀ ପ୍ରକାରେ କନକI ସି ଆର ସି ସି ଶ୍ରୀ ହେମନ୍ତ କୁମାର ବେହେରା ଙ୍କ ନେତୃତ୍ୱ ରେ ଏହି କର୍ମଶାଳା ଅନୁଷ୍ଠିତ ହେଇଥିଲା।ଏହାକୁ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ବି ଆର୍ ସି ସି ଶ୍ରୀଯୁକ୍ତ ବିଜୟ ଚନ୍ଦ୍ର ବେହେରା ଓ ଏ ବି ଇ ଓ ଶ୍ରୀ ଭକ୍ତ ବତ୍ସଳ ଜIନୀ ଉଦ୍ଘଟାନ କରିଥିଲେ। ସି ଅର୍ ସି ସି ଶ୍ରୀ ନିଳାଞ୍ଚଳ ସାହୁ ,ସି ଆର ସି ସି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକ,ସି ଅର୍ ସି ସି,ଶ୍ରୀ କାଲି ଚରଣ ଗୌଡ଼,ସି ଅର୍ ସି ସି ପ୍ରଦୀପ କୁମାର ବେହେରା ,ସି ଅର୍ ସି ସି ଶ୍ରୀ ପ୍ରତାପ ଚନ୍ଦ୍ର ପଣ୍ଡା ସାଧନ କର୍ମୀ ଭାବେ ଯୋଗଦେଇ ଅଭିନବ ଉପାୟରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କରିବାରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଦିଗ୍ଦର୍ଶନ ଦେଇଥିଲେ। ଭେନୁ ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ଅନ୍ଧ ପ୍ରଧାନ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।ଏହି ବିଦ୍ୟାଳୟ ର ସହକାରୀ ଶିକ୍ଷୟିତ୍ରୀ ସିମରନ୍ ବେହେରା ,ପ୍ରିୟଙ୍କା ପ୍ରଧାନ,ସହକାରୀ ଶିକ୍ଷକ ମନୋରଞ୍ଜନ ବେହେରା ସହଯୋଗ କରିଥିଲେ।

