ଫୁଲବାଣୀ -୧୯/୦୩(ସୁନୀଲ ପଟ୍ଟନାୟକ) ସକାଳ ଦଶଟା ରେ ସାର ପେଟେ ଖାଇ ପିଇ ପାଠ ପଢ଼ାଇବା ପାଇଁ ସ୍କୁଲ କୁ ଗଲେ ହେଲେ ସେଠାରେ ପିଲାଙ୍କୁ ବସାଇ ନିଜେ ଚେୟାର ରେ ବେଶ ଆରାମ ରେ ଘୁଙ୍ଗୁଡ଼ି ମାରି ଶୋଇଗଲେ l ପିଲା ପାଠ ପଢିବେ କଣ ସାର ସୋଇଯିବା ଦେଖି ପିଲାମାନେ ଜଣକ ପରେ ଜଣେ ବାହରକୁ ଯାଇ ଖେଳୁଛନ୍ତି l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସୂ ଡ୍ରା ପଂଚାୟତ ଅନ୍ତର୍ଗତ ତ ଗାବlଜୁ ବିଦ୍ୟାଳୟ ରେ l ସେ ଆଉ କେହି ସାର ନୁହନ୍ତି ସ୍କୁଲ ର ମୁଖିଆ ବା ପ୍ରଧାନ ଶିକ୍ଷକ ନୀଳ ମାଧବ ସାହାଣୀ ବୋଲି ଜଣାପଡିଛି l ପ୍ରଧାନ ଶିକ୍ଷକ କୁଆଡ଼େ ବାଟରେ ନାଲି ପାଣି ପକେଇ ଦେଇ ଆସିଥିବା ଅଭିଯୋଗ ଆସିଛି l ରୀତିମତ ପ୍ରଧାନ ଶିକ୍ଷକ କ୍ଲାସ ରେ ଘୁଙ୍ଗୁଡ଼ି ମାରି ଶୋ ଊ ଥିବା ଶୁଣିବାକୁ ମିଳୁଛି l ଏ ନେଇ ଅବିଭାବକ ହେଉ କି ସ୍କୁଲ ଶିକ୍ଷା କମିଟି ସଦସ୍ୟ ହୁଅନ୍ତୁ ଯିଏ ଅଭିଯୋଗ କରୁଛି ତାଙ୍କ ସହ ପାଟିତୁଣ୍ଡ ଝଗଡ଼ା କରିବା ସହ ଧମକ ଚମକ ଦେଉଛନ୍ତି ସାହାଣୀ ସାର l ବିଦ୍ୟାଳୟ କୁ ଆସୁଥିବା ମଧ୍ୟାହ୍ନ ଭୋଜନ ମଧ୍ୟ ନିମ୍ନ ମାନର ପ୍ରଦାନ କରାଯାଉଥିବା ଅଭିଯୋଗ ହେଉଛି l ପ୍ରଧାନ ଶିକ୍ଷକ ଜଣକ ବାଲିଗୁଡ଼ା ସୁନପାଙ୍ଗl ରେ ଘର କରିଥିବା ଅଭିଯୋଗ ହେଉଛି l ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟ କଳlପ ନେଇ ଶିକ୍ଷା ବିଭlଗ କର୍ତୃପକ୍ଷ ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି l

