ଫୁଲବାଣୀ, ୨୫/୩(ସୁନୀଲ ପଟ୍ଟନାୟକ): କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଗୁଞ୍ଜିଗାଁ ରେ ପାରମ୍ପରିକ ଖାଦ୍ୟ ମେଳା ଅନୁଷ୍ଠିତ । ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ହାର୍ଟ’ ସଂସ୍ଥା ପକ୍ଷରୁ ସଂପାଦକ ପ୍ରମୋଦ ଚନ୍ଦ୍ର ଦାସ ଙ୍କ ନେତୃତ୍ବ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇ ବିଭିନ୍ନ ପାରମ୍ପରିକ ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ. ନୂଆଗାଁ ବ୍ଲକ୍ ବିଡ଼ିଓ ସୁଭ୍ରଂlଜଳୀ ପ୍ରଧାନ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥବା ବେଳେ ସେ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ଏପରି ଖାଦ୍ୟ ଉତ୍ସବ ମାଧ୍ୟମରେ ଗ୍ରାମୀଣ ଅଞ୍ଚଳର ପାରମ୍ପରିକ ଖାଦ୍ୟର ପ୍ରଚାର ଓ ପ୍ରସାର ହେବା ସହିତ ମହିଳାମାନଙ୍କ ଆର୍ଥିକ ଉନ୍ନତିରେ ସହାୟକ ହେବ।ଏହା ସହିତ ବିହନ ସଙ୍ଗହାଳୟ ମଧ୍ୟ ଉଦ୍ଘାଟନ କରାଯାଇଥିଲା। କାର୍ଯ୍ୟକ୍ରମରେ କ. ନୂଆଗାଁ ର ଅତିରିକ୍ତ ତହସିଲଦାର ମଧୁସ୍ମିତା ପ୍ରଧାନ, କୃଷୀ ଅଧିକାରୀ, ଉଦ୍ୟାନ କୃଷି , ମୂର୍ତ୍ତିକା ସଂରକ୍ଷଣ, ସମ୍ୱନ୍ୱିତ ଶିଶୁ ବିକାଶ ଅଧକାରୀ, ସୂପରଭାଇଯାର, ସ୍ଥାନୀୟ ସରପଞ୍ଚ ଓ ବିଭିନ୍ନ ଅନୁଷ୍ଠାନ ର ସ୍ୱେଚ୍ଛାସେବୀ ମାନେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଭିନ୍ନ ଷ୍ଟଲ୍ ରେ ପିଠା, ମାଣ୍ଡିଆ ଖାଦ୍ୟ, ଆଢିଶା, କାକରା,ମିଠା ଓ ପୁଷ୍ଟିକର ପାରମ୍ପାରିକ ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା। ଅତିଥିମାନେ ଷ୍ଟଲ୍ ଗୁଡ଼ିକ ପରିଦର୍ଶନ କରି ମହିଳାମାନଙ୍କୁ ପ୍ରଶଂସା କରିଥିଲେ, କାର୍ଯ୍ୟକ୍ରମ ଅଞ୍ଚଳ ବାସୀମାନେ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଶେଷରେ ଆୟୋଜକ ସଂସ୍ଥା ପକ୍ଷରୁ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଜଣାଯାଇଥିଲା।

