ଖଜୁରୀପଡ଼ା,୧୬।୮(ମନୋଜ କୁମାର ବେହେରା):ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ ଖଜୁରୀପଡ଼ା ଡ୍ରାଇଭର ସଂଘ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ ସହ ସ୍ୱାଧୀନତା ଦିବସ ପାଳନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଖଜୁରୀପଡ଼ା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଖଜୁରୀପଡ଼ା ଡ୍ରାଇଭର ସଂଘର ସଭାପତି ବିଷ୍ଣୁ ଚରଣ ବେହେରାଙ୍କ ସମେତ ସଂଘର ବହୁ ଡ୍ରାଇଭର ଭାଇମାନେ ଉପସ୍ଥିତ ରହି ଦେଶପ୍ରେମର ସହ ସ୍ୱାଧୀନତା ଦିବସ ପାଳନ କରିଥିଲେ।ଏହି ଅବସରରେ ଦେଶର ସ୍ୱାଧୀନତା ସଂଗ୍ରାମୀ ଓ ବୀର ସହିଦମାନଙ୍କୁ ସ୍ମରଣ କରି ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ଡ୍ରାଇଭର ସଂଘର ସଦସ୍ୟମାନେ ଏକତା, ଶୃଙ୍ଖଳା ଓ ଦେଶସେବାର ଭାବନାକୁ ଆହୁରି ମଜବୁତ କରିବା ପାଇଁ ସଂକଳ୍ପ ନେଇଥିଲେ।ଜୟ ହିନ୍ଦ୍ ବନ୍ଦେ ମାତରମ୍

