ଖଜୁରୀପଡ଼ା,୧୨/୦୮(ମନୋଜ କୁମାର ବେହେରା):ଖଜୁରୀପଡ଼ା ଥାନା ପକ୍ଷରୁ ସ୍ଥାନୀୟ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଦିନ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ବେଶ୍ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। କୋମଳମତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଇନଗତ ସଚେତନତା ସୃଷ୍ଟି କରିବା, ସାଇବର ଅପରାଧ ଓ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜାଗ୍ରତ କରିବା ସହ ପୋଲିସ-ଜନସାଧାରଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ସଚେତନତା ସଭାରେ ଖଜୁରୀପଡ଼ା ଥାନା ଅଧିକାରୀ ଚାପଧାରୀ ପ୍ରଧାନ, ଏସ.ଆଇ. ଦୀନବନ୍ଧୁ ପ୍ରଧାନ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ତ୍ରିପାଠୀ, ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଅଜୟ ସାହୁ ଏବଂ ଉପାଧ୍ୟକ୍ଷା ସବନମ୍ କହଁର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସମାଜରେ ଶୃଙ୍ଖଳା ରକ୍ଷା, ନିଶା ନିବାରଣ, ସାଇବର୍ ସୁରକ୍ଷା ଏବଂ ‘ପୋକ୍ସୋ’ (POCSO) ଆକ୍ଟ ଜରିଆରେ ଶିଶୁ ସୁରକ୍ଷା ପାଇଁ ପୋଲିସର ଭୂମିକା ସମ୍ପର୍କରେ ଅତିଥିମାନେ ବିସ୍ତୃତ ଆଲୋକପାତ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସମସ୍ତ କୃତୀ ବିଜେତାଙ୍କୁ ପୋଲିସ ବିଭାଗ ପକ୍ଷରୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି।ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ବୃନ୍ଦ:ପୋକ୍ସୋ (POCSO) ଆକ୍ଟ ଚିତ୍ରାଙ୍କନ: * ପ୍ରଥମ: ବୁଧେଶ୍ୱରୀ ଦିଗାଲଦ୍ୱିତୀୟ: ପ୍ରତ୍ୟୁଷ ପ୍ରିୟଦର୍ଶିନୀ ବେହେରାତୃତୀୟ: ରୋହନ ମୁଖୀପୋକ୍ସୋ (POCSO) ଆକ୍ଟ ବକ୍ତୃତା (ଡିବେଟ୍): * ପ୍ରଥମ: ମାନସୀ ବେହେରାଦ୍ୱିତୀୟ: ଜସ୍ମିନ୍ ପ୍ରଧାନତୃତୀୟ: ମଧୁସ୍ମିତା କହଁରସାଇବର୍ ସୁରକ୍ଷା ଚିତ୍ରାଙ୍କନ: * ପ୍ରଥମ: ରିପଲ୍ ବେହେରାଦ୍ୱିତୀୟ: ସୌମ୍ୟଜିତ ବେହେରାତୃତୀୟ: ଶିବାନୀ ନାୟକସାଇବର୍ ସୁରକ୍ଷା ବକ୍ତୃତା (ଡିବେଟ୍): * ପ୍ରଥମ: ସୌରଭ ପ୍ରଧାନଦ୍ୱିତୀୟ: ଶୁଭଶ୍ରୀ ବେହେରାତୃତୀୟ: ସାଇ ପ୍ରତୀକ କବିନିଶାମୁକ୍ତ ଓଡ଼ିଶା ଚିତ୍ରାଙ୍କନ: * ପ୍ରଥମ: ଅଙ୍କିତ ବେହେରାଦ୍ୱିତୀୟ: ସସ୍ମିତା ସାହାଣୀତୃତୀୟ: ଆକାଶ ନାୟକନିଶାମୁକ୍ତ ଓଡ଼ିଶା ବକ୍ତୃତା (ଡିବେଟ୍): * ପ୍ରଥମ: ରଞ୍ଜିତ୍ ପ୍ରଧାନଦ୍ୱିତୀୟ: ବିଦୁସ୍ମିତା ସାହୁତୃତୀୟ: ସୁଭଦ୍ରା ବେହେରାକାର୍ଯ୍ୟକ୍ରମର ଶେଷରେ ସମସ୍ତ କୃତୀ ଛାତ୍ରଛାତ୍ରୀ ଅତିଥିମାନଙ୍କ କରକୋମଳରୁ ପୁରସ୍କାର ଓ ମାନପତ୍ର ଗ୍ରହଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପୋଲିସ କର୍ମଚାରୀଙ୍କ ପ୍ରତ୍ୟକ୍ଷ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟମଣ୍ଡିତ ହୋଇଥିଲା।

