ଖଜୁରୀପଡ଼ା,୨୫।୦୮(ମନୋଜ କୁମାର ବେହେରା):ଖଜୁରୀପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଖଜୁରୀପଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ଭିନ୍ନକ୍ଷମ ବ୍ୟକ୍ତି ଯୋଗଦେଇଥିଲେ।ଶିବିରରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସହ ସେମାନଙ୍କ ବାପା, ମାଆ, ଭାଇ ଓ ଭଉଣୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକମାନଙ୍କ ଉପସ୍ଥିତିରେ ଶିବିରଟି ସକ୍ରିୟ ହୋଇଥିଲା।ଭିନ୍ନକ୍ଷମ ଲୋକମାନଙ୍କୁ ସରକାରୀ ସହାୟତା, ସୁବିଧା ଓ ଅଧିକାର ସମ୍ପର୍କରେ ସଚେତନ କରିବା ସହ ଆବଶ୍ୟକ ସେବା ଯୋଗାଇଦେବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମକୁ ନେଇ ଭିନ୍ନକ୍ଷମ ଓ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା।

