ଭଞ୍ଜନଗର,୧୨।୯(ନିଲୁ ବିଷୋୟୀ):ଭଞ୍ଜନଗର ସ୍ଥିତ ଗଞ୍ଜାମ ଲକ୍ଷ୍ୟ ନିକେତନ କେନ୍ଦ୍ରକୁ ଶୁକ୍ରବାର ଅପରାହ୍ନରେ ପରିଦର୍ଶନ କରିଛନ୍ତି ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ। ପ୍ରଶିକ୍ଷାର୍ଥୀ ମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ବିଶେଷ କରି କେନ୍ଦ୍ର ନିକଟରେ ଥିବା ପରିତ୍ୟକ୍ତ କୋଠରୀ ଓ ଲଟାବୁଦା ସଫା, ପୂର୍ଣ୍ଣାଙ୍ଗ ଲାଇବ୍ରେରୀ ଓ କମ୍ପୁଟର ଉପକରଣ ଯୋଗାଇ ଦେବାକୁ ପ୍ରଶିକ୍ଷାର୍ଥୀ ମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ଦିଗରେ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ନାୟକ ପ୍ରତିଶ୍ରୁତି ଦେଇଛନ୍ତି। ବିଡିଓ ଭାରତୀ ଦେବୀ,ସହକାରୀ ନିର୍ବାହୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର,ଜେଇ ରବୀନ୍ଦ୍ର ନାୟକ, ଡିଆରଡିଏ ସାଂସଦ ପ୍ରତିନିଧି ଶିବ ଶଙ୍କର ପ୍ରଧାନ,କୁବେର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି,ଗଞ୍ଜାମର ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ୍ ପରୀକ୍ଷା ପାଇଁ ଯୁବକ ଯୁବତୀଙ୍କୁ ତାଲିମ୍ ପ୍ରଦାନ କରାଯାଉଛି। ଏହି କ୍ରମରେ ଭଞ୍ଜନଗର ସବ୍ ଡ଼ିଭିଜନର ତାଲିମ୍ କେନ୍ଦ୍ର ସ୍ଥାନୀୟ ସିଟି ସ୍କୁଲ ପରିସରରେ ଖୋଲିଛି। ବର୍ତ୍ତମାନ ସେଠାରେ ୪୦ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି।

