ଖୋର୍ଦ୍ଧା,୧୦।୯(କେଦାର ନାଥ ସାହୁ):ଜୟୀରାଜ ଗୁରୁ ଟାଉନ ହଲରେ ପୂଜା କମିଟିର ସଦସ୍ୟମାନଙ୍କୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ ବସିଥିଲା । ଖୋର୍ଦ୍ଧା ପୌରପାଳିକା ଅଂଚଳରେ ୮୪ଟି ପୂଜା କମିଟିର ସଦସ୍ୟ ମାନେ ଯୋଗଦେଇଥିଲେ।ଜିଲ୍ଲା ପ୍ରଶାସନ ସତ ଅନୁସାରେ ୧- ମୃର୍ତ୍ତିର ଉଚ୍ଚତା ୧୦ ପୁଟ ଭିତରେ ରହିବ ଓ ମଣ୍ଡପର ଉଚ୍ଚତା ୪ପୁଟ ରହିବ ।ମଣ୍ଡପ ପାଖରେ ଆଲୋକ ସଜା ସଜି କାମ ଭଲରେ ହୋଇଥିବ ।ପେଣ୍ଡାଲ ନିକଟ ରେ – ଅଗ୍ନି ନିରାପଦ ପାଇଁ ୨ ବାଲଟି ରେ ବାଲି ଓ ଦୁଇ ବାଲଟି ରେ ପାଣି ରହିବ I ଫାଷ୍ଟେଡ୍ ବକ୍ସ ରହିବ। ଯରୁରୀ କାଳିନ ସୂଚନା ପାଇଁ ପୋଲିସ, ହସପିତାଲ , ଦମକଳ କାର୍ଯ୍ୟାଳୟ ର ଫୋନ ନମ୍ବର ଲେଖାଥିବ। ଭଲେଣ୍ଟର ମାନେ ନିଜ ପୋଷାକ ସହିତ ସହଯୋଗ କରୁଥିବେ ।ରୋଡ ଠାରୁ ଦୁରରେ ପେଣ୍ଡାଲ୍ ରହିବ ।ସାଉଣ୍ଡ ବକ୍ସ ଲଗାଇବା ପାଇଁ ପ୍ରଶାସନଠାରୁ ଅନୁମତି ଆଣିବେ ।ରାମ ଚରିତ ମାନସ ଓ ଭଜନ କୀର୍ତ୍ତନ କରି ପାରିବେ, ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ- ବ୍ୟକ୍ତି ଓ ପରିବେଶ କୁ କ୍ଷତିଗ୍ରସ୍ତ କରୁଥିବା ,ଡିଜେ ଓ ବାଣ ବନ୍ଦ କରିବା ।ରାତି ୧୦ଟା ସମୟରେ ପୂଜା ମଣ୍ଡପ ବନ୍ଦ କରିବା, ୧୦ ଦିନ ଭିତରେ ଭସାଣି ପର୍ବ ସାରିବା । ଏହି ପରି ଅନେକ ଜନହିତ କର କାର୍ଯ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି ।ଏହି ସଭାରେ ଡେପୁଟି କଲେକ୍ଟର ରଂଜନ ମହାନ୍ତି ଅଧକ୍ଷତା କରିଥିବା ବେଳେ ଆଦର୍ଶ ଥାନା ଅଧିକାରୀ ର ମେଶ ଦେବତା ସଭା କାର୍ଯ୍ୟ ପରିଚାଳନା କରିଥିଲେ ।ଏସ୍ ଡିପିଓ ପଙ୍କଜ ମାଝି, ଆସିଷ୍ଟାଣ୍ଟ କଲେକ୍ଟର ଏନ୍. କୃଷ୍ଣମୂର୍ତ୍ତି ଓ ଅତିରକ୍ତ ତହସିଲ ଦାର ଗୋପାଳ ରେଡ୍ଡି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

