ଭଞ୍ଜନଗର,୧୭।୯(ନିଲୁ ବିଷୋୟୀ):ଭଞ୍ଜନଗର ଥାନା ଅଧିନ ଗୋହିରିବାଡି ଗ୍ରାମରେ ଆଜି ସନ୍ଧ୍ୟା ସମୟରେ ବାଣ ନିଆଁ ପଡ଼ି ଜଣେ ଶିଶୁ ଗୁରୁତର ଆହତ ହୋଇ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ଆହତ ଶିଶୁ ଜଣକ ହେଲେ ସେହି ଗ୍ରାମର ସୂର୍ଯ୍ୟ ନାରାୟଣ ଗୌଡ଼ଙ୍କ ପୁଅ ପ୍ରସାଦ ଗୌଡ଼(୧୨)। ପ୍ରସାଦ ଆଜି ସନ୍ଧ୍ୟା ସମୟରେ ଗ୍ରାମର ଏକ ଗଣେଶ ଭସାଣି ଦେଖୁଥିବା ବେଳେ ଏକ ବାଣ ଆସି ତାଙ୍କ କାନ୍ଧରେ ପଡ଼ିବାରୁ ତାର ସାର୍ଟ ଟି ଜଳି ଯାଇଥିଲା ବୋଲି ତାଙ୍କ ବାପା ପ୍ରକାଶ କରିଛନ୍ତି। ଏହାପରେ ତୁରନ୍ତ ବାଇକରେ ତାକୁ ପ୍ରଥମେ ମୁଜାଗଡ ଡାକ୍ତରଖାନା ଓ ସେଠାରୁ ଅଟୋରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ତାର କାନ୍ଧ ଓ ପିଠିରେ ପୋଡ଼ା ଦାଗ ହୋଇଛି।

