ବ୍ରହ୍ମପୁର,୨୯/୦୬(ହିମାଂଶୁ ଶେଖର ସାବତ):ଗୋପାଳପୁର ରାୟଗଡା ରେଳ ପ୍ରକଳ୍ପ ଦାବିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସଭାସମିତି ଜରିଆରେ ଜନ ସଚେତନତା ସହିତ ଜନ ଆନ୍ଦୋଳନ ପାଇଁ ଅକୁଣ୍ଠ ସମର୍ଥନ ମିଳୁଥିବା ବେଳେ କୁକୁଡାଖଣ୍ଡି ବ୍ଲକ ଅଞ୍ଚଳରେ ମଧ୍ୟ ତାର ପ୍ରଭାବ ପରିଲକ୍ଷିତ ହୋଇଛି i ଏହି ପ୍ରକଳ୍ପ ଦାବିରେ ଆଜି ବାଲିପଡ଼ା କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସଭାରେ ପ୍ରାକ୍ତନ ସର୍ବ ଭାରତୀୟ ପ୍ରଶାସକ ଡକ୍ଟର ବାଳକୃଷ୍ଣ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଦିଗପହଣ୍ଡି ଏନ ଏ ସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, ବରିଷ୍ଠ ସାମ୍ୟବାଦୀ ନେତା କୈଳାଶ ଷଢଙ୍ଗୀ, ବରିଷ୍ଠ କଂଗ୍ରେସ ନେତା ବୃନ୍ଦାବନ ଖଟେଇ, ଦକ୍ଷିଣ ଓଡିଶା ରେଳ ବିକାଶ ପରିଷଦର ଉପସଭାପତି ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା,ବାଲିପଡ଼ା ସରପଞ୍ଚ ପ୍ରତିନିଧି ଜିତେନ୍ଦ୍ର ସେଠି, ପୂର୍ବତନ ସରପଞ୍ଚ ମନୋଜ ବିଷୋୟୀ ପ୍ରମୁଖ ମଞ୍ଚାସିନ ଥିବା ବେଳେ ଆଇନଜୀବୀ କୁରେଶୁ ପଣ୍ଡା କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ i ଏହି ଦାବୀ ପୂରଣ ଦିଗରେ ଯେକୌଣସି ସ୍ତରର ଆନ୍ଦୋଳନକୁ ଓଲ୍ହାଇ ବାକୁ ସଭାରେ ମତ ପ୍ରକାଶ ପାଇଥିଲା i ପ୍ରକଳ୍ପ ଅଧିନସ୍ଥ ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ଅନ୍ୟାନ୍ୟ ବରିଷ୍ଠ ସଂଗଠକ ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ କମିଟି ଗଠନ କରାଯିବାକୁ ନିଷ୍ପତି ଗ୍ରହଣ କରାଗଲା i ଏହି ସଭାରେ ବିଭିନ୍ନ ଅଂଚଳର ଜନ ପ୍ରତିନିଧି, ଆଇନଜୀବୀ, ସାମାଜିକ କର୍ମୀ ମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରକୃତିବନ୍ଧୁ ବୃନ୍ଦାବନ ପଣ୍ଡା, ସୁନୀଲ କୁମାର ବିଷୋୟୀ ଚାନ୍ଦିପୁଟ ଜିଲ୍ଲା ପରିଷଦ ସଦସ୍ୟ,ଦିଗପହଣ୍ଡି ୨୫ନମ୍ବର ଜୋନ ର ଜିଲ୍ଲାପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପ୍ରଧାନ, କଇଠଖଣ୍ଡି ସରପଞ୍ଚ ତଥା ଗଞ୍ଜାମ ଜିଲ୍ଲା ସରପଞ୍ଚ ସଂଘର ସଭାପତି ମନୋରଞ୍ଜନ ଗୌଡ଼, ଚଷା ନିମଖଣ୍ଡି ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୌଡ଼, ଖମାରିଗାଁ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼, ତୁରୁବୁଡି ସରପଞ୍ଚ ଲିଙ୍ଗରାଜ ଦୋରା, ପ୍ରାକ୍ତନ ସରପଞ୍ଚ, ରାଜେନ୍ଦ୍ର ପ୍ରସାଦ ପାଠୀ, ପିତାମ୍ବର ଗୌଡ଼, ଭୀମସେନ ସାହୁ, ସଂଜୀବ ରେଡି, ସାରଥୀ ଗୌଡ଼, ସିମାଞ୍ଚଳ ବିଷୋୟୀ, ମହୁଡା ପଂଚାୟତ ସମିତି ସଭ୍ୟ ଯତୀନ୍ଦ୍ର ପାତ୍ର, ଦକ୍ଷିଣ ଓଡିଶା ରେଳ ବିକାଶ ପରିଷଦର ସଦସ୍ୟ ସୁଜିତ କୁମାର ତ୍ରିପାଠୀ, ଅବସର ପ୍ରାପ୍ତ ଶିକ୍ଷକ ପଦ୍ମ ଚରଣ ମେକାପ, ଆଇନଜୀବୀ ସୁକାନ୍ତ ପ୍ରଧାନ,ଶୁଭେନ୍ଦୁ ପାଢ଼ୀ, ରାୟଗଡା ଜିଲ୍ଲା ପଦ୍ମପୁର ବିକାଶ ପରିଷଦର ସଭାପତି ଉଦୟ ନାଥ ସାହୁ, ସାମାଜିକ କର୍ମୀ ସୁଶାନ୍ତ ପାଣି, ଆଇନଜୀବୀ ସତ୍ୟନାରାୟଣ ରଥ, ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ,ଶେଷରେସମିତି ସଭ୍ୟ କାହ୍ନୁ ଚରଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ

