ଭଞ୍ଜନଗର,୨୩/୦୬(ନିଲୁ ବିଷୋୟୀ):ଭଞ୍ଜନଗର ବ୍ଳକ ଗୋପିନାଥପୁର ଶାସନ ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରୀଶ୍ରୀ ଚନ୍ଦ୍ର ଶେଖର ସ୍ବାମୀ ଓ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ମହାଆଡମ୍ବର ସହକାରେ ପାଳନ କରାଯାଇଛି। କୁଲାଡ ଭଞ୍ଜ ରାଜା ମାନଙ୍କ ଶାସନ ସମୟରେ ଏହି ଶାସନ ଗ୍ରାମର ଅନେକ ଗୁରୁତ୍ବ ରହିଥିବା ବେଳେ ଏଠାରେ ଚନ୍ଦ୍ର ଶେଖର ସ୍ବାମୀଙ୍କ ବିବାହ ଉତ୍ସବ ଧୁମଧାମରେ ସମସ୍ତ ଗ୍ରାମବାସୀ ମିଶି ପାଳନ କରିଥାନ୍ତି। ପଣ୍ଡିତ ସୁବାଷ ଚନ୍ଦ୍ର ପତି ଓ ସୁଶୀଳ କୁମାର ମିଶ୍ରଙ୍କ ଦ୍ବାରା ବିବାହ କାର୍ଯ୍ୟ ସମାପନ କରାଯାଇଥିଲା। ବିବାହ କାର୍ଯ୍ୟ ସମାପନ ପରେ ଠାକୁରଙ୍କ ମଣୋହୀ ଓ ପ୍ରହଲ୍ଲାଦ ନାଟକ ପରିବେଷଣ କରାଯାଇଥିଲା। ଏହାକୁ ଗ୍ରାମର ଲକ୍ଷ୍ମୀକାନ୍ତ ମିଶ୍ର,ପ୍ରମୋଦ କୁମାର ଦାଶ,ଜିତେନ୍ଦ୍ର ରାୟଗୁରୁ,ସରୋଜକାନ୍ତ ମିଶ୍ର,ସୁବ୍ରତ କୁମାର ଆଚାର୍ଯ୍ୟ,ଲୋକନାଥ ପାଣି,ସତ୍ୟନାରାୟଣ ରଥ,ହରିକୃଷ୍ଣ ପାଣି,ରାମକୃଷ୍ଣ ଦାଶ,ସୁଧାଂଶୁ ଶେଖର ମିଶ୍ର,ସନ୍ତୋଷ କୁମାର ମିଶ୍ର, ସୂର୍ଯ୍ୟନାରାୟଣ ମିଶ୍ର,ରଞ୍ଜନ ମିଶ୍ର,ବିନୋଦ ଗୌଡ଼,ରବିନ୍ଦ୍ର ଡାକୁଆ,ସୂର୍ଯ୍ୟମଣି ମହାପାତ୍ରଙ୍କ ସମେତ ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଏହା ସମ୍ପାଦିତ ହୋଇଥିଲା।

