ଜଗନ୍ନାଥ ପ୍ରସାଦ,୦୭।୦୯(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଜିରାବାଡି ଠାରେ ଗୋ ଚାଲାଣ ବେଳେ ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ୩ଟି ଗାଈର ମୃତ୍ୟୁ ଘଟିଥିବା ଘଟଣା ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ସୂଚନା ଅନୁସାରେ ଗୋମାଫିଆ ମାନେ OD ୩୩ M ୦୪୦୧ ନମ୍ୱର ବିଶିଷ୍ଟ ଏକ ବୋଲେରୋ ପିକଅପ ରେ ୧୪ ଟି ଗୋମାତାଙ୍କୁ ଚୋରା ଚାଲାଣ କରୁଥିବା ବେଳେ ଜିରାବାଡି ଠାରେ ଦୃଘଟଣା ଘଟିଥିଲା,ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ଓ ଗୋସେବକ ସଂଘର ସଦସ୍ୟମାନେ ପହଞ୍ଚି ମୃତ ଗାଈମାନଙ୍କୁ ହିନ୍ଦୁ ଧର୍ମର ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ସମ୍ମାନର ସହିତ ସତ୍କାର କରିଥିଲେ।ଗୋ ସେବକ ସଂଘ ପକ୍ଷରୁ କୁହାଯାଇଛି ଯେ, ଗୋମାତା ହିନ୍ଦୁ ଧର୍ମରେ ପୂଜନୀୟ ହୋଇଥିବାରୁ ମୃତ ଗାଈମାନଙ୍କ ପ୍ରତି ଶ୍ରଦ୍ଧା ଜଣାଇ ବିଧିବଦ୍ଧ ଭାବେ ଶେଷକୃତ୍ୟ କରାଯାଇଛି।ଏବଂ ଜୀବନ୍ତ ଗୋରୁ ଗୁଡିକୁ ଗୋଶାଳାରେ ଛଡ଼ାଯାଇଛି, ଅନ୍ୟପକ୍ଷରେ ଦୁର୍ଘଟଣା ପାରେ ଗୋମାଫିଆ ମାନେ ସେଠାରୁ ଚମ୍ପଟ ମାରିଥିବା ବେଳେ ଗାଡ଼ିକୁ ଆଇନଗତ ତଦନ୍ତ ପାଇଁ ପୋଲିସ ଜିମାରେ ଦିଆଯାଇଛି।ଘଟଣା ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଗୋ ଚାଲାଣ ସମ୍ପର୍କିତ ଆବଶ୍ୟକ ଦସ୍ତାବିଜ ଯାଞ୍ଚ କରାଯାଉଛି। ଏହି ଘଟଣା ପରେ ପଶୁ ପରିବହନ ସମୟରେ ସୁରକ୍ଷା ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯିବାକୁ ସାଧାରଣରେ ଦାବି ହୋଇଛି।

