ପୋଲସରା,୧୫/୦୫,(ଶିବ ପ୍ରସାଦ ସାହୁ):ପୋଲସରା ବ୍ଲକ ଅନ୍ତର୍ଗତ ଭାବରଡା ପଞ୍ଚାୟତରେ ଶୁକ୍ରବାର ତହସିଲ ଓ ବ୍ଲକ ପ୍ରଶାସନ ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା, ରାସନକାର୍ଡ ଓ ଘରବାରି ପଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଡବଲ ଇଂଜିନ ସରକାରରେ ଜନ ହିତକର ଯୋଜନା ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ଉପରେ ଆଲୋକପାସ କରିଥିଲେ। ଏଥି ସହିତ ଗ୍ରାମର ୬ ଜଣଙ୍କୁ ଭତ୍ତା,୩୨ ଜଣଙ୍କୁ ରାସନକାର୍ଡ ଓ ୨୫ ଜଣଙ୍କୁ ଘରବାରିପଟା ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ତହସିଲଦାର ଦିପ୍ତିମୟୀ ପାତ୍ର, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ମଲ୍ଲିକ, ସ୍ଥାନୀୟ ସରପଞ୍ଚ ପ୍ରଦ୍ୟୁମ୍ନ ବିଷୋୟୀ,ଚିରିକିପଡା ଶାସନ ରାଜସ୍ବ ନିରୀକ୍ଷକ ପ୍ରଶାନ୍ତ ଅଧିକାରୀ, ଖାଦ୍ୟ ଯୋଗାଣ ଅଧିକାରୀ ସନ୍ଦୀପ ବେହେରା,ରଘୁନାଥ ସାହୁ,ଶାସନ ସରପଞ୍ଚ ଭଗବାନ ସାହୁ, ରଘୁନାଥ ପଣ୍ଡା ସମେତ ବହୁ କର୍ମକର୍ତା ଅଂଶଗ୍ରହଣ କରିଥିଲେ।

