ପୋଲସରା,୧୨/୦୫,(ଶିବ ପ୍ରସାଦ ସାହୁ):ଘର ସାମ୍ନାରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଜୀବନରୁ ମାରିଦେବାକୁ ଧମକ, ଥାନାରେ ଅଭିଯୋଗ, ତିନି ଗିରଫ। ଏହି ପରି ଘଟଣା ପୋଲସରା ଥାନା ଅନ୍ତର୍ଗତ କଣଛାଇ ଗ୍ରାମରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ଗତକାଲି କଣଛାଇ ଗ୍ରାମର ରଞ୍ଜନ ଡାକୁଆଙ୍କ ଘର ସମ୍ମାନରେ ଗରେଇଝୁଳି ଗ୍ରାମର ଗୁରୁମୃତ୍ତି ନାହାକ,କଣଛାଇ ଗ୍ରାମର କୃଷ୍ଣ ନାହାକ ଓ ଡୁଲୁ ନାହାକ ମିଳିତ ଭାବେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ରଞ୍ଜନ ଡାକୁଆଙ୍କ ଘର ସମ୍ମାନରେ ରଞ୍ଜନ କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଯାହାକୁ ନେଇ ରଞ୍ଜନ ୧୧/୦୫/୨୬ ତାରିଖ ମଙ୍ଗଳବାର ଦିନ ପୋଲସରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତିକରି ପୋଲସରା ଥାନା ପକ୍ଷରୁ ୨୭୭/୨୬ ମାମଲା ରୁଜୁ ହେବା ସହ ସେମାନଙ୍କ ଠାରୁ ଏକ ବନ୍ଧୁକ, ଦୁଇ ଖଣ୍ଡା ଓ ତିନି ଗୋଟି ମୋବାଇଲ ଜବତ କରି ଆଜି ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଥାନା ଅଧିକାରୀ କୌଶିକ ମାଝୀ ଦେଇଛନ୍ତି।

